ଆସିକା : ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ୪୫ ତମ ରାଜ୍ୟ ଭକ୍ତ ସମ୍ମିଳନୀ ଆସିକା ଠାରେ ଆୟୋଜିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଚାରଣ ଗୋଷ୍ଠୀ ଆସିକା ଶାଖାର ଦଳପତି ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଙ୍କ ଆବାହକତ୍ୱରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଗୋବିନ୍ଦ ବେହେରା, ଗଞ୍ଜାମ ଜିଲ୍ଲା ସଂଗଠକ ଗୋବିନ୍ଦ ବେହେରା ଙ୍କ ସମେତ ସ୍ଥାନୀୟ ସଭ୍ୟ ଓ କର୍ମକର୍ତ୍ତା, ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସଫଳତାର ସହ ଏହି ସମ୍ମିଳନୀ ଆୟୋଜନ କରିବ ନେଇ ବିଭିନ୍ନ ଦିଗଉପରେ ଆଲୋଚନା କରିଥିଲେ। ଏହି ଅବସର ରେ ଆଧ୍ୟାତ୍ମିକ ପ୍ରେମୀ ସମାଜସେବୀ ବଂଶୀଧର ନାହାକ ଙ୍କ ଅଧ୍ୟକ୍ଷତାରେ ଅଭ୍ୟର୍ଥନା ସମିତି ଗଠନ କରାଯାଇଥିଲା।ଅଭ୍ୟର୍ଥନା ସମିତି ଓ ଚାରଣ ଗୋଷ୍ଟି ର କର୍ମକର୍ତ୍ତା ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ସମ୍ମିଳନୀ ଆୟୋଜନ କରିବା ରେ ଗୁରୁତ୍ୱାରୋପ କରାଯାଇଥିଲା। ଚାରଣ ଗୋଷ୍ଟି ର ଉପଦେଷ୍ଟା ତଥା ଆସିକା ଓକିଲ ସଂଘର ସଭାପତି ସୁରେନ୍ଦ୍ରନାଥ ପଣ୍ଡା ଓ ପ୍ରେସ କ୍ଲବ ସଭାପତି ସତ୍ୟନାରାୟଣ ରଥଙ୍କ ସମେତ ଵିନୋଦ ପାତ୍ର,ବାବୁ ପାତ୍ର, ସିମାଞ୍ଚଳ ରଥ,ଦୁର୍ଗାମାଧବ ମିଶ୍ର,ଯୋଗେନ୍ଦ୍ର ପ୍ରଧାନ ଅଭିମନ୍ୟୁ ସେଠୀ,ସୂର୍ଯ୍ୟ ପାଣିଗ୍ରାହୀ,ସୁରେଶ ପାତ୍ର,ଏମ. ତାରିଣୀ ସେନାପତି,ତିରୁପତି ପାତ୍ର,ସୁରି ବିଶୋଇ,ଭଗବାନ ମହାରଣା,ସୁରେନ୍ଦ୍ର ପାଢ଼ୀ, ଡି. ଲିଙ୍ଗରାଜ ପାତ୍ର ପ୍ରମୁଖ ଯୋଗଦେଇଥିଲେ।ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର, ଆଦର୍ଶ ପରିବାର ଗଠନ ସହ ସମାଜରେ ଆଧ୍ୟାତ୍ମିକ ବାତାବରଣ ଓ ଭାଇଚାରା ସୃଷ୍ଠି ଲକ୍ଷ୍ୟରେ ଗଠିତ ଚାରଣ ଗୋଷ୍ଠୀ ର ଏହି ସମ୍ମିଳନୀ ଚଳିତ ମାସ ୩୧ ଓ ଏପ୍ରିଲ୍ ୧ ଓ ୨ ତାରିଖ ତିନିଦିନ ଧରି ଅନୁଷ୍ଟିତ ହେବ।
