ନୂଆଦିଲ୍ଲୀ : କରୋନା ମହାମାରୀ ଦ୍ୱାରା ଦୁନିଆରେ ଅନେକ କିଛି ବଦଳି ଯାଇଛି l ସମସ୍ତଙ୍କର ଜୀବନ ଶୈଳୀ ଠାରୁ ନେଇ ପିଲା ମାନଙ୍କର ପାଠ ପଢା ପର୍ଯ୍ୟନ୍ତ l ବିଶେଷ କରି ଆଜିର ଛାତ୍ର ଛାତ୍ରୀ ମାନେ କରୋନା କାରଣରୁ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି l ପିଲାମାନେ ମୋବାଇଲ ଓ ଲାପଟପ ଜରିଆରେ ପାଠପଢା କରୁଛନ୍ତି l ଅଧିକାଂଶ ଗ୍ରାମରେ ନେଟୱର୍କ ନଥିବା କାରଣରୁ ପିଲା ମାନଙ୍କ ପାଠପଢା ଉପରେ ଏହାର ଖାସ ପ୍ରଭାବ ପଢୁଛି l
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପିଲାମାନଙ୍କର ପାଠପଢା ଉପରେ ପ୍ରଭାବ ପଡିବା କାରଣରୁ ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଜ ସ୍କୁଟରକୁ ଚଳନ୍ତା ଲାଇବ୍ରେରୀ କରି ପିଲାମାନଙ୍କ ପାଖରେ ପହଞ୍ଚାଉଛନ୍ତି l ମଧ୍ୟପ୍ରଦେଶର ସରଗର ଜିଲ୍ଲାର ଜଣେ ସରକାରୀ ଶିକ୍ଷକ ନିଜର ସ୍କୁଟରରେ ପିଲା ମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି l ଏହି ଲାଇବ୍ରେରୀରେ ପିଲାମାନଙ୍କର ପାଠ୍ୟକ୍ରମ ବହି ସହିତ ଅନ୍ୟ ଆବଶକ୍ୟ ପୁସ୍ତକ ମଧ୍ୟ ରହିଛି l ଏହି ପିଲାମାନେ ଗରିବ ଶ୍ରେଣୀର ଅଟନ୍ତି l
ଗରିବ ଶ୍ରେଣୀର ହୋଇଥିବା କାରଣରୁ ତାଙ୍କ ପିତାମାତା ଫୋନ ଓ ଲାପଟପ କିଣିବା ପାଇଁ ଅସମର୍ଥ ଅଟନ୍ତି l ଏହା ଭାବି ପିଲାମାନେ ସର୍ବଦା ଶିକ୍ଷକଙ୍କୁ ନିଜର ଅସୁବିଧା ଜଣାଇ ଆସୁଥିଲେ l ଶିକ୍ଷକ ଜଣଙ୍କ ନିଜ ସ୍କୁଟରରେ ଲାଇବ୍ରେରୀଟିଏ କରି ପିଲାମାନଙ୍କୁ ଶିକ୍ଷା ଦାନ କରୁଛନ୍ତି l ଗଛ ତଳେ ବ୍ଲାକ ବୋର୍ଡ ରହି ଛୋଟ ପିଲାମାନଙ୍କୁ ଶିକ୍ଷାଦାନର ବ୍ୟବସ୍ତା ରହିଛି l ଏହି ଶିକ୍ଷକଙ୍କ ନାମ ହେଉଛି ସି ଏଚ ଶ୍ରୀବାସ୍ତବ l ସେ କହିଛନ୍ତି ଏହି ଛୋଟ ଛୋଟ ପିଲାମାନେ ଦେଶର ଭବିଷ୍ୟତ ଅଟନ୍ତି l ଆର୍ଥିକ ସ୍ଥିତି ଦୁର୍ବଳ କାରଣରୁ ସେମାନେ ଶିକ୍ଷା ପାଇପାରୁ ନାହାନ୍ତି l ତେଣୁ ମୁଁ ଏହିଭଳି ପଦକ୍ଷପ ନେଇଛି l
Comments are closed.