Odisha news

ଭାରତରେ ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କ ଅପ୍ରେଲ ମାସରେ ୧୫ ଦିନ ବନ୍ଦ ରହିବ : ଆସନ୍ତୁ ଜାଣିବା କେଉଁଦିନ ସବୁ ଛୁଟି ରହିବ

ନୂଆଦିଲ୍ଲୀ : ଅପ୍ରେଲ ୧ ତାରିଖ ଠାରୁ ଆର୍ଥିକ ବର୍ଷ ୨୦୨୧-୨୨ ଆରମ୍ଭ ହେବାକୁ ଯାଉଛି l ଭାରତରେ ଘରୋଇ ଓ ସରକାରୀ ବ୍ୟାଙ୍କ ଅପ୍ରେଲ ମାସରେ ସମୁଦାୟ ୧୫ ଦିନ ବନ୍ଦ ରହିବ l ୯ ଦିନ ବ୍ୟାଙ୍କର ବିଭିନ୍ନ ଛୁଟି ଯୋଗୁ ବନ୍ଦ ରହିବ ,ଏହା ବ୍ୟତୀତ ବ୍ୟାଙ୍କର ପ୍ରଥମ ରବିବାରକୁ ମିଶାଇ ଅନ୍ୟ ରବିବାର ସହିତ ଦୁତୀୟା ଓ ଚତୁର୍ଥ ଶନିବାର ମଧ୍ୟ ବନ୍ଦ ରହିବ l ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବ ସାଇଡ ଅନୁସାରେ ଅପ୍ରେଲ ମାସରେ ଅନେକ ଛୁଟି ବିଭିନ୍ନ ପର୍ବ ସାମିଲ ରହିଛି ,ଯେପରି କି ରାମନବମୀ ,ଗୁଡ଼ ଫ୍ରାଇଡେ ,ବିହୁ ଇତ୍ୟାଦି l ଅପ୍ରେଲ ୧ ତାରିଖ ଓ ଦୁଇ ତାରିଖ ବ୍ୟାଙ୍କ ମଧ୍ୟ ବନ୍ଦ ରହୁଛି l ତା ସହିତ ବିଭିନ୍ନ ରାଜ୍ୟର ଅଲଗା ଅଲଗା ଆଞ୍ଚଳିକ ଛୁଟି ମଧ୍ୟ ରହିଛି l ଆସନ୍ତୁ ଜାଣିବା ତାଲିକାରେ କଣ ରହିଛି l

ଅପ୍ରେଲ ୧ ତାରିଖ -ବ୍ୟାଙ୍କର କ୍ଲୋଜିଂଗ ଯୋଗୁ ସରକାରୀ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ l ତା ସହିତ ଯେକୌଣସି ରାଜ୍ୟର ଆଞ୍ଚଳିକ ଛୁଟିରେ ମଧ୍ୟ ବନ୍ଦ ରହିବ l

ଅପ୍ରେଲ ୨ ତାରିଖ -ଗୁଡ଼ ଫ୍ରାଇଡେ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୫ ତାରିଖ -ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ ଭାରତର ଦକ୍ଷିଣ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୬ ତାରିଖ -ଦକ୍ଷିଣ ଭାରତରେ ବିଧାନସଭା ମତଦାନ ପାଇଁ ସରକାରୀ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୧୩ ତାରିଖ -ତେଲୁଗୁ ନୂଆବର୍ଷ କାରଣରୁ ଭାରତର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l ଏହି ଦିନ ବୈଶାଖୀ ପର୍ବର ପାଳନ ହେତୁ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୧୪ ତାରିଖ -ବାବା ସାହେବ ଅମ୍ବେତ୍କର ଜୟନ୍ତୀ ,ତାମିଲି ଓ ଓଡ଼ିଆ ନୂଆବର୍ଷ କାରଣୁ ଭାରତର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୧୫ ତାରିଖ -ହିମାଚଳ ଦିବସ ଓ ବଙ୍ଗାଳି ନୂଆବର୍ଷ କାରଣରୁ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୧୬ ତାରିଖ -ବିହୁ ପର୍ବ ଯୋଗୁ ଆସାମ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ l

ଅପ୍ରେଲ ୨୧ ତାରିଖ -ରାମନବମୀ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l

୪ ,୧୧ ,୧୮ ଓ ୨୫ ଅପ୍ରେଲ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ l

୧୦ ଓ ୨୪ ତରଖା ଦୁତୀୟା ଓ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ l

ଏହି ଛୁଟିଦିନ ଗୁଡିକରେ ଗ୍ରାହକ ମାନେ ମୋବାଇଲ ଓ ଇଣ୍ଟରନେଟ ଦ୍ୱାରା ବ୍ୟାଙ୍କର ସୁବିଧା ପାଇ ପାରିବେ l

Comments are closed.