ଭାରତୀୟ ବିଜୁଳି ବିଭାଗର ନୂଆ ନିୟମ : ରାମପୁର ଗାଁରେ ବିଜୁଳି ସପ୍ଲାଇ ଉତରାଖଣ୍ଡରୁ ହେଉଛି କିନ୍ତୁ ଉତ୍ତରପ୍ରଦେଶର ବିଦ୍ୟୁତ ବିଭାଗ ଏହି ବିଲ୍ ଅସୁଲ କରୁଛି
ନୂଆଦିଲ୍ଲୀ : ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିନା ମିଟର ଓ ବିନା ବିଜୁଳିର ମଧ୍ୟ ବିଜୁଳି ବିଲ୍ ଭାରତରେ ଆସିଥାଏ l ଏହି କଥାଟି ଜଣାପଡିଛି ଉତ୍ତରପ୍ରଦେଶ ଓ ଉତରାଖଣ୍ଡକୁ ଲାଗିଥିବା ରାମପୁର ଜିଲ୍ଲାର l ଏଠାରେ ଥିବା ରାଜପୁରା ଗ୍ରାମୀଣ ଅଂଚଳରେ ଗୋଟିଏ ଅଦ୍ଭୁତ ଅସୁବିଧା ଦେଖା ଦେଇଛି l ଏହି ଗାଁ ରେ ବିଜୁଳିର ସପ୍ଲାଇ ଉତରାଖଣ୍ଡରୁ ହେଉଛି l ବର୍ତ୍ତମାନ ବିଜୁଳିର ସମସ୍ତ ବିଲ୍ ଗ୍ରାମବାସୀ ଉତରାଖଣ୍ଡର ବିଦ୍ୟୁତ ବିଭାଗକୁ ଦେଉଥିଲେ ,କିନ୍ତୁ ବର୍ତ୍ତମାନ ଉତ୍ତରପ୍ରଦେଶର ବିଦ୍ୟୁତ ବିଭାଗ ଏହି ବିଲ୍ ପୈଠ କରିବାକୁ କହୁଛି l
୨୦୧୮ ରେ ଏହି ଗାଁ ରେ ବିଜୁଳିର ଖୁଣ୍ଟ ଲଗା ଯାଇଥିଲା l ଏହା ପରେ ଟ୍ରାନଫର୍ମର ଓ ଲୋକମାନଙ୍କ ଘରେ ମିଟର ବସାଇ ଦିଆଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ବିଜୁଳି ପାଇଲେ ନାହିଁ l ଏହା ପରେ ସ୍ଥାନୀୟ ବିଦ୍ୟୁତ ବିଭଗ ଗାଁ ଲୋକମାନଙ୍କୁ ବିନା ବିଜୁଳିର ମୋଟା ଅଙ୍କର ବିଜୁଳି ବିଲ୍ ପଠାଇବା ଆରମ୍ଭ କରିଦେଲା l ଏହା ପରେ ଗ୍ରାମବାସୀ ମାନେ ସ୍ଥାନୀୟ ଅଧିକାରୀଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ l ଅଧିକାରୀ ଆଶ୍ୱସ୍ତ ଭରା ଆଶ୍ୱାସନା ଦେଇ ବିଦା କରି ଦେଇଥିଲେ l
ଏହାକୁ ନେଇ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ ପାଖରେ ଏସଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ l ଏହାପରେ ଏସଡିଓ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ l ଉପଭୋକ୍ତା ମାନେ ବର୍ତ୍ତମାନ କହୁଛନ୍ତି ଯେ ଆମେ ଉତରାଖଣ୍ଡରୁ ମିଳିବାକୁ ଥିବା ବିଜୁଳି ପାଉ ନାହୁଁ କିନ୍ତୁ ଉତ୍ତରପ୍ରଦେଶର ସାରକଙ୍କ ଦ୍ୱାରା ସମସ୍ତଙ୍କୁ ୪ ରୁ ୬ ହଜାର ପର୍ଯ୍ୟନ୍ତ ବିନା ବିଜୁଳିର ବିଲ୍ ପୈଠ କରିବା ପାଇଁ ସୂଚନା ଦିଆ ଯାଉଛି l

Comments are closed.