Odisha news

ଉପବାସ ଦିନ ଅଧିକ ଥର ଚା ପିଇବା ଶରୀର ପକ୍ଷରେ କେତେ ହିତକର : ଆସନ୍ତୁ ଜାଣିବା

ଆମେମାନେ ସାଧାରଣତଃ ଉପବାସ ବ୍ରତ ଇତ୍ୟାଦି କଲେ ଅଧିକ ଥର ଚା ପିଇ ଥାଉ । କାରଣ ଆମେ ଭାବିଥାଉ ଯେ ଏହା ଆମ ଉପବାସ ରେ ଥକା ମେଣ୍ଟେଇବ ।ଆମେ ଯଦି ଅନ୍ୟ ଦିନ ମାନଙ୍କରେ ଚା ପିଉଚେ ତେବେ କିଛି ଖାଦ୍ୟ ଖାଇବା ପରେ ପୀଉଚେ , କିନ୍ତୁ ବ୍ରତ ଉପବାସ ଦିନ ତାହା କରି ନଥାଉ । ଚିକିତ୍ସକ ମାନଙ୍କ ମତରେ ଏହି ପ୍ରକାର କରିବା କେତେଦୂର ଠିକ୍ ଆସନ୍ତୁ ଜାଣିବା ।
* ଯଦି ଆପଣଙ୍କର ନିରନ୍ତର ଏସିଡିଟି ରହୁଚି ତେବେ ଉପବାସ ରହିଲେ ଅଧିକ ଗରମ୍ ପାନୀୟ ପିଅନ୍ତୂ ନାହିଁ । ତା ସହିତ ଅଧିକ ମାତ୍ରାରେ ଚା ମଧ୍ୟ ପିଅନ୍ତୂ ନାହିଁ । ଏହା ଆପଣଙ୍କ ପେଟର ଗ୍ରନ୍ଥି ଗୁଡ଼ିକ ଦୁର୍ବଳ ହୋଇଥାଏ ଓ ପାକସ୍ଥଳୀ ରେ କ୍ୟାନ୍ସର ସମ୍ଭାବନା ମଧ୍ୟ ରହିଥାଏ ।
* ଗର୍ଭାବସ୍ଥାରେ ଅଧିକ ଚା ପିଇବା କ୍ଷତି କାରକ ଅଟେ । ଗବେଷକ ମାନଙ୍କ ମତରେ ଗର୍ଭାବସ୍ଥାରେ ଜଣେ ମହିଳା ଦିନକୁ ୨୦୦ ଗ୍ରାମ ରୁ ଅଧିକ କାଫିନ ସେବନ କରିବା କ୍ଷତି କାରକ ଅଟେ ।
* ଆବଶ୍ୟକତା ଠାରୁ ଅଧିକ ଚା ପିଇବା ଉଚିତ୍ ନୁହେଁ –
– ଆବଶ୍ୟକତା ଠାରୁ ଅଧିକ ଚା ପିଇବା ଦ୍ଵାରା ହଜମ ଶକ୍ତି ଉପରେ ପ୍ରଭାବ ପଡ଼ି ଥାଏ ।
– ଖାଲି ପେଟରେ ଚା ପିଇବା ଦ୍ଵାରା ଗ୍ୟାଷ୍ଟ୍ରୀକ୍ ସମସ୍ୟା ଦେଖାଦିଏ ।
– ଅଧିକ ଚା ପିଇବା ଦ୍ଵାରା ୟୁରିନାରି ପ୍ରୋବେଲମ ହୋଇପାରେ ଓ ତ୍ୱଚା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।
Shares