ସ । ମ । ଜି କ ଗଣମାଧ୍ୟମରେ ଅଜବ ଟାଟୁ ଟ୍ରେଣ୍ଡ୍ ଭାଇରାଲ ହେଉଛି ଯାହାର ନାଁ ‘ସିକ୍ରେଟ୍ ଟାଟୁ’ । ପରିବାରଠାରୁ ଟାଟୁ ଲୁଚାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହାର ନାଁ ଏଭଳି । ଇଟାଲୀର ଟାଟୁ ଆଟିଷ୍ଟ୍ ମାଟିଓ ମାସିନୀ ଶରୀରର ଏମିତି ସ୍ଥାନରେ ଟାଟୁ କରନ୍ତି ଯାହା କେହି କେବେ କଳ୍ପନା କରି ନ ଥିବେ । ସେ ପାଟି ଉପରେ ଟାଟୁ କରନ୍ତି ନାହିଁ, ପାଟି ଭିତର ତାଳୁ (ମୁକ ଗହ୍ୱରର ଊଦ୍ଧ୍ୱର୍ାଂଶ)ରେ କରନ୍ତି । ସେ କହନ୍ତି- ଏହା ଯନ୍ତ୍ରଣାଦାୟକ ତଥା ଦୁଃସାଧ୍ୟ। ମାଢ଼ିରେ ଛୁଞ୍ଚି ଭର୍ତ୍ତି କରି ଟାଟୁ କରିବା ଆଦୌ ସହଜ ନୁହେଁ । ଗୋଟିଏ ଟାଟୁ ଶେଷ କରିବା ପାଇଁ ଲାଗେ ପ୍ରାୟ ୨୦ ମିନିଟ୍ ।