Odisha news

ରତନ ଟାଟାଙ୍କ କାର୍ ନାମରେ କଟିଲା ଇ-ଚାଲାଣ : ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟ କଥା ଜଣାପଡିଲା

0

ନୂଆଦିଲ୍ଲୀ : ଟାଟା କମ୍ପାନୀର ଚେୟାର ମ୍ୟାନ୍ ରତନ ଟାଟାଙ୍କ ନାମରେ କିଛିଦିନ ପୂର୍ବରୁ ମୁମ୍ବାଇ ଟ୍ରାଫିକ ପୋଲିସ ଦ୍ୱାରା ଇ-ଚାଲାଣ ପଠା ଯାଇଥିଲା l ଯେଉଁଥିରେ ଦର୍ଶା ଯାଇଥିଲା ଯେ ରତନ ଟାଟା ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି l ଟାଟା କମ୍ପାନୀର ସମସ୍ତ ଅଧିକାରୀଙ୍କ ସହିତ ରତନ ଟାଟା ମଧ୍ୟ ସେହି ଇ-ଚାଲାଣକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l କାରଣ ବର୍ଲି ଅଞ୍ଚଳରେ ଯେଉଁ ସ୍ଥାନରେ  ଟ୍ରାଫିକ ନିୟମ ଉଲଙ୍ଘନର ମେସେଜ ଆସିଥିଲା ସେହି ସ୍ଥାନକୁ ତାଙ୍କର ଗାଡି କେବେବି ଯାଇ ନାହିଁ l ଏହି ମାମଲାକୁ ନେଇ ଟାଟା ଗ୍ରୁପର ଅଧିକାରୀ ମାନେ ମୁମ୍ବାଇ ପୋଲିସ ସହିତ କଥାବାର୍ତ୍ତା ହେଲେ l

ଏହା ପରେ ମୁମ୍ବାଇ ପୋଲିସ ସହିତ ଟାଟା ଗ୍ରୁପର ଅଧିକାରୀ ମଧ୍ୟ ଯାଞ୍ଚ ପାଇଁ ତନାଘନା ଆରମ୍ଭ କରି ଦେଲେ l ଆଶ୍ଚର୍ଯ୍ୟର କଥା ହେଲା ଯେ ରତନ ଟାଟାଙ୍କର ଗାଡି ଯେଉଁ ଅଞ୍ଚଳକୁ ସେହି ଦିନ ଯାଇନାହିଁ ତଥାପି କିପରି ଇ-ଚାଲାଣ କଟା ହୋଇଛି l ପୋଲିସ ସେହି ଅଞ୍ଚଳର ସମସ୍ତ ସିସିଟିଭି ଫୁଟେସ୍କୁ ଯାଞ୍ଚ କଲାପରେ ସତ୍ୟ ଘଟଣା ସାମ୍ନାକୁ ଆସିଲା l ଜଣେ ମହିଳା ନିଜ କାରରେ ରତନ ଟାଟାଙ୍କର ଗାଡି ନମ୍ବର ଲଗାଇ ବ୍ୟବହାର କରୁଛନ୍ତି l ଏହାପରେ ମୁମ୍ବାଇ ପୋଲିସ ସତ୍ୟତା ଜାଣିବା ପାଇଁ  ମହିଳାଙ୍କ ଘରେ ପହଞ୍ଚିଥିଲା l

ମହିଳାଙ୍କୁ ପଚାରିବା ପରେ ସେ କହିଲେ ଯେ ଜଣେ ଜ୍ୟୋତିଷ ତାଙ୍କୁ ଏହି ଗାଡିର ନମ୍ବର ପ୍ଲେଟଟି ଲଗାଇବା ପାଇଁ ପରାମର୍ଶ ଦେଇଥିଲେ l ମହିଳା ଜଣଙ୍କ ଜାଣି ନଥିଲେ ଯେ ଏହି ନମ୍ବର ପ୍ଲେଟଟି ରତନ ଟାଟାଙ୍କର l ପୋଲିସ ସୂଚନା ଦେଇଛି ଯେ ମହିଳା ଜଣଙ୍କ ବିରୁଦ୍ଧରେ IPC ଧାରା ୪୨୦ ଓ ୪୬୫ ରୁଜୁ କରାଯାଇଛି l ଜ୍ୟୋତିଷଙ୍କ ଉପରେ ବିଶ୍ୱାସ କରି ମହିଳା ଜଣଙ୍କ ବର୍ତ୍ତମାନ ହାଜତରେ ଅଛନ୍ତି l ତାଙ୍କ କାରଟିକୁ ମଧ୍ୟ ପୋଲିସ ଜବତ କରିଛି l

Nalco
Leave A Reply