ନୂଆଦିଲ୍ଲୀ : ତାରକ ମେହେଟା କା ଉଲ୍ଟା ଚଷମା ଧାରାବାହିକ ର ଦିଗଜ କଳାକାର ନଟୁ କାକା ଅର୍ଥାତ୍ ଘନଶ୍ୟାମ ନାୟକ ବର୍ତ୍ତମାନ୍ ଆଉ ଏହି ଦୁନିଆରେ ନାହାନ୍ତି । ଘନଶ୍ୟାମ ନାୟକ ଦୀର୍ଘ ଦିନରୁ କ୍ୟାନ୍ସର ରେ ପୀଡିତ ଥିଲେ ଓ ବର୍ତ୍ତମାନ୍ ତାଙ୍କର ଦେହାନ୍ତ ହୋଇ ସରିଛି । କିଛି ଦିନ ପୂର୍ବରୁ ତାଙ୍କର ୨ଟି ଅପରେସନ ମଧ୍ୟ ହୋଇ ସାରିଥିଲା , ମୃତ୍ୟୁ ସମୟ ରେ ତାଙ୍କୁ ୭୭ ବର୍ଷ ହୋଇଥିଲା । ଅଧିକ ବୟସ କାରଣରୁ ସେ ନିୟମିତ ସୁଟିଂ ସେଟ୍ କୁ ମଧ୍ୟ ଯାଇ ପାରୁ ନଥିଲେ । ତଥାପି ସେ ତାରକ ମେହେଟା ଦଳ ଜଣେ ମାନ୍ୟ ବ୍ୟକ୍ତି ଥିଲେ ।
ଏହି ଧାରାବାହିକ ର ପ୍ରଯୋଜକ ଅସିତ୍ ମୋଦୀ ନଥୁ କାକା ଙ୍କ ନିଧନ ସମ୍ବାଦ ଦେଇଥିଲେ । ଅସିତ୍ ମୋଦି ନିଜ ଟୁଇଟର ଆକାଉଣ୍ଟ ରେ ଘନଶ୍ୟାମ ନାୟକ ଙ୍କର୍ ଗୋଟିଏ ଫଟୋ ସେୟାର କରି ଲେଖି ଥିଲେ ଯେ ଆମ ପ୍ରିୟ ନଟୁ କାକା ଆଉ ଆମ ସହିତ ନାହାନ୍ତି । ଭଗବାନ୍ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଘନଶ୍ୟାମ ନାୟକ ଙ୍କୁ ସିନା ନଟୁ କାକା ଚରିତ୍ର ପରିଚୟ ଦେଇଥିଲା , କିନ୍ତୁ ସେ ଏହା ପୂର୍ବରୁ ଅନେକ ଚଳଚ୍ଚିତ୍ର କ୍ରନ୍ତିବିର , ବେଟା , ଲାଡଲା , ବରସାତ୍ , ଘାତକ , ଚାଇନା ଗେଟ୍ , ହମ୍ ଦିଲ ଦେ ଚୁକେ ସନମ୍ , ଲଜ୍ଜା , ତେରେ ନାମ , ଖାକି ଭଳି ଅନେକ ଚଳଚ୍ଚିତ୍ର ରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି ।
Comments are closed.