Odisha news

ତାଲିବାନ ର ପାକିସ୍ତାନ କୁ ଚେତାବନୀ : ଡୁରଣ୍ଡ ସୀମାକୁ ବନ୍ଦ କରାଗଲେ ସ୍ଥିତି ଭୟଙ୍କର ହେଇଯିବ

0

ନୂଆଦିଲ୍ଲୀ : ପାକିସ୍ତାନ ତାଲିବାନ କୁ ଶାସନକୁ ଆଣିବାରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲା l କିନ୍ତୁ ସେହି ତାଲିବାନ ବର୍ତମାନ ତାକୁ ଡ଼ରାଇବା ଆରମ୍ଭ କରି ଦେଇଛି l ତାଲିବାନ ପାକିସ୍ତାନ କୁ ଚେତାବନୀ ଦେଇ କହିଛି ଯେ ଡୁରଣ୍ଡସୀମାରେ ତାକୁ ବାଡ଼ ଲଗାଇବାକୁ ଦେବ ନାହିଁ l ମିଳିଥିବା ଗଣମାଧ୍ୟମ ସୂଚନା ଅନୁସାରେ ତାଲିବାନ କଠୋର ଚେତାବନୀ ଦେଇ କହିଛି ଯେ ସୀମାରେ କୌଣସି ପ୍ରକାରର ବାଉଣ୍ଡ୍ରି ଲଗାଇବାକୁ ଦେବ ନାହିଁ l ତାଲିବାନ ଶାସନ ଆଫଗାନିସ୍ତାନ ରେ ଆସିବା ପରେ ଉଭୟ ଦେଶ ଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି l

ଅନେକ ମାମଲାକୁ ନେଇ ଉଭୟ ଦେଶ ଙ୍କ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି l ତାଲିବାନ ର କମାଣ୍ଡର କହିଛନ୍ତି ଯେ ଆମେ କୌଣସି ପ୍ରକାରର ବାଉଣ୍ଡ୍ରି କରିବାକୁ ଦେବୁ ନାହିଁ l ପାକିସ୍ତାନ ପୂର୍ବରୁ ଯାହା କରି ଯାଇଛି କରିଗଲା ବର୍ତମାନ ଏପରି କିଛି କରି ପାରିବ ନାହିଁ କିମ୍ବା ତାଲିବାନ କରିବାକୁ ଦେବ ନାହିଁ l ତାଲିବାନ ର ଏହି ମତ ଦର୍ଶାଉଛି ଯେ ଉଭୟ ଦେଶ ଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଗମ୍ଭୀର ଅଟେ l

କିଛିଦିନ ପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କୁରେସି କହିଥିଲେ ଯେ ଆଫଗାନିସ୍ତାନ ସହିତ ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ଓ କୂଟନୈତିକ ପ୍ରୟାସ ଜରିଆରେ କରାଯିବ l କିନ୍ତୁ ତାଲିବାନ ଶାସନ ଆଫଗାନିସ୍ତାନ ରେ ଆରମ୍ଭ ହେବା ପରେ ପାକିସ୍ତାନ ପକ୍ଷରୁ ଖୋଲା ସମର୍ଥନ କରା ଯାଇଥିଲା l କିନ୍ତୁ ବର୍ତମାନ ଏହି ତାଲିବାନ ଚିନ୍ତାର କାରଣ ହୋଇଛି l

Ad2
Leave A Reply