ନୂଆଦିଲ୍ଲୀ : ଆଫଗାନିସ୍ତାନ ର ୮୫ % ଅଂଚଳ ତାଲିବାନ ଦ୍ୱାରା କବ୍ଜା ହୋଇ ସାରିଲାଣି l ତାଲିବାନି ମାନେ ଲଗାତାର ଭାବରେ ଆଫଗାନିସ୍ତାନ ର ଚୌକି ଗୁଡିକ ଉପରେ କବ୍ଜା କରିବାରେ ଲାଗିଛନ୍ତି l ପାକିସ୍ତାନକୁ ଲାଗିଥିବା ଏହିଭଳି ଗୋଟିଏ ଚୌକି ଉପରେ କବ୍ଜା କରିବା ପାଇଁ ଯେତେବେଳେ ତାଲିବାନୀ ପହଁଚିଲେ ସେମାନଙ୍କ ଭାଗ୍ୟ ଖୋଲିଗଲା l ସେମାନଙ୍କୁ ୩ ଆରବ ପାକିସ୍ତାନୀ ମୁଦ୍ରା ମିଳିଲା l
ପାକିସ୍ତାନୀ ଗଣମାଧ୍ୟମ ଜିୟୋ ନ୍ୟୁଜ ଅନୁସାରେ ତାଲିବାନ ପ୍ରବକ୍ତା କହିଛନ୍ତି ଯେ ଘଟଣାଟି କନ୍ଧାହାର ଜିଲ୍ଲାରେ ଘଟିଛି l ଯାହା ପାକିସ୍ତାନ ଓ ଆଫଗାନିସ୍ତାନ ସୀମାବର୍ତୀ ଅଂଚଳ ଅଟେ l ଜିୟୋ ନ୍ୟୁଜ ଅନୁସାରେ ତାଲିବାନୀ ମାନଙ୍କୁ ନିଜ ଆଡକୁ ଆସୁଥିବାର ଦେଖି ଆଫଗାନିସ୍ତାନ ସେନା ଚେକ ପୋଷ୍ଟ ଛାଡି ଚାଲି ଗଲେ l ଉକ୍ତ ଚେକ ପୋଷ୍ଟ ଉପରେ କବ୍ଜା କରିବା ମାତ୍ରକେ ତାଲିବାନୀ ମାନେ ପ୍ରଥମେ ଆଫଗାନିସ୍ତାନ ର ପତାକା ଲଗାଇଥିଲେ l
ଏହି ଚେକ ପୋଷ୍ଟ କୁ ରଣନୀତି ଅନୁସାରେ ଖୁବ ମହତ୍ଵପୁର୍ଣ ଭାବରେ ଗ୍ରହଣ କରାଯାଏ l ଏଠାରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ସହଜରେ କ୍ରସ କରାଯାଇ ପାରିବ l ପାକିସ୍ତାନ ସେନା ମଧ୍ୟ ଜଣେଇ ଦେଇଛି ଯେ ଉକ୍ତ ଚେକ ପୋଷ୍ଟ ଉପରେ ତାଲିବାନ ର କବ୍ଜା ହୋଇ ସାରିଛି l ଆଫଗାନିସ୍ତାନ ରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛି l ପାକିସ୍ତାନୀ ଜିୟୋ ନ୍ୟୁଜ ପକ୍ଷରୁ କୁହାଯାଇଛି ଯେ ତାଲିବାନୀ ଆତଙ୍କବାଦୀ ହାତରେ ଯେଉଁ ପଇସା ଲାଗିଛି ଯେ ତାହା ସ୍ମଗଲର ମାନଙ୍କ ଠାରୁ ନିଆ ଯାଇଛି l
Comments are closed.