Odisha news

WHO ପକ୍ଷରୁ ଚେତାବନୀ : ଡେ଼ଲ୍ଟା – ଭାରିଏଣ୍ଟ ର ନିକଟତର ହେଲାଣି ଭାରତ

ନୂଆଦିଲ୍ଲୀ : ଆଶଙ୍କା ଓ ସଚେତନତା ମଧ୍ୟରେ ଭାରତରେ କରୋନା ର ତୃତୀୟ ଲହର ଆସିବା ଆରମ୍ଭ ହୋଇ ଯାଇଛି , ଗୋଟିଏ ବିଦେଶୀ ବ୍ରୋକରେଜ ଫର୍ମ ପକ୍ଷରୁ କୁହାଯାଇଛି ଯେ ଡେ଼ଲ୍ଟା – ଭାରିଏଣ୍ଟ ବଢୁଥିବା ସଂକ୍ରମଣ ଓ ମହାମାରୀ ବ୍ୟାପିବା ଦ୍ୱାରା ଦେଶରେ କରୋନା ର ତୃତୀୟ ଲହର ଆଶଙ୍କା କରାଯାଉଛି l ସେହି ସ୍ଥାନରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ବିଶ୍ୱରେ ତୃତୀୟ ଲହର ଆରମ୍ଭ ହେବାର ଘୋଷଣା କରି ସାରିଲାଣି l WHO ର ମୁଖ୍ୟ ସମସ୍ତ ଦେଶକୁ ଚେତାବନୀ ଦେଇଛନ୍ତି ଯେ ତୃତୀୟ ଲହର ପ୍ରଥମ ସୋପାନରେ ରହିଛି l

UN ନ୍ୟୁଜ ପକ୍ଷରୁ କୁହାଯାଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞନ ମାନେ କରୋନା ମାମଲା ଓ ମୃତ୍ୟୁ ସଂଖ୍ୟା ବଢି ଥିବାର ସଚେତନ କରିଛନ୍ତି l ୟୁରୋପ ଓ ନର୍ଥ ଆମେରିକା ରେ ଟୀକା କାରଣ ବଢାଇବା ପାଇଁ ଏଥରେ ଦର୍ଶା ଯାଇଛି l କୁହାଯାଇଛି ଯେ ବିଶ୍ୱରେ ଲଗାତାର ଭାବରେ ଚତୁର୍ଥ ସପ୍ତାହ କରୋନା ମାମଲା ବଢ଼ୁ ଥିବାର ଦର୍ଜ କରାଯାଇଛି l ୧୦ ସପ୍ତାହ ଧରି ଏହା କମିଥିଳା କିନ୍ତୁ ବର୍ତମାନ ମୃତ୍ୟୁ ସଂଖ୍ୟା ବଢିବାର ଦେଖା ଯାଇଛି l WHO ମୁଖ୍ୟ କହିଛନ୍ତି ଭୁତାଣୁ ଲଗାତାର ଭାବରେ ନିଜର ପରିବର୍ତନ କରୁଛି l ତା ସହ ଅଧିକ ସଂକ୍ରମିତ ହେଉଛି l ସେ କହିଛନ୍ତି ବର୍ତମାନ ଡେ଼ଲ୍ଟା – ଭାରିଏଣ୍ଟ ୧୧୧ ଟିରୁ ଅଧିକ ଦେଶକୁ ବ୍ୟାପିଛି l ଏହା ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିଯିବ l ଏହି ଭୁତାଣୁ ର ଆଲଫା ଭାରୀଏଣ୍ଟ  ୧୭୮ ଦେଶକୁ ବ୍ୟାପିଛି ,ବିଟା  ୧୨୩ ଟି ଦେଶକୁ ,ଗାମ ୭୫ ଟି ଦେଶକୁ ବ୍ୟାପିଛି l

ବିଶ୍ୱରେ ସବୁଠୁ ନୂଆ କେଶ ବ୍ରାଜିଲ ରେ ମିଳୁଛି l ଗତ ସପ୍ତାହରେ ଏଠାରେ ୩ . ୪୯ ଲକ୍ଷ କେଶ ଦେଖିବାକୁ ମିଳିଥିଲା l ଭାରତରେ ଅନେକ ରାଜ୍ୟ ପ୍ରତିବନ୍ଧକ ଉଠାଇ ଦେଉ ଥିବା କାରଣରୁ ତୃତୀୟ ଲହରର ବିପଦ ଆହୁରି ପ୍ରବଳ ହୋଇ ଯାଇଛି l ଭାରତରେ ଟୀକା କାରଣ ପ୍ରକ୍ରିୟା ମଧ୍ୟ ଢିଲା ହେବାରେ ଲାଗିଛି l ବର୍ତମାନ ଭାରତର ଗ୍ରାମୀଣ ଅଂଚଳ ଗୁଡିକ ଅଧିକ ଦ୍ରୁତ ଗତିରେ କରୋନା ଦ୍ୱାରା ପ୍ରଭାବିତ ହେଉଛି l ଯାହା ଏକ ଚିନ୍ତାର କାରଣ ହୋଇପାରେ l

Comments are closed.