ନୀତିଶାସ୍ତ୍ର ଅନୁସାରେ ସବୁ ପିତାମାତା ନିଜ ପିଲାମାନଙ୍କ ପ୍ରତି ଯତ୍ନଶୀଳ ଅଟନ୍ତି l କାରଣ ସବୁ ପିତା ମାତାଙ୍କର ତାଙ୍କ ସନ୍ତାନ ହେଉଛନ୍ତି ଜୀବନର ପୁଞ୍ଜି l ଯଦି ସନ୍ତାନ ବିପଥଗାମୀ ହୋଇଯାଏ ତେବେ ପିତାମାତା ଙ୍କ ଜୀବନରେ ଆଉ କିଛି ରୁହେ ନାହିଁ l ବେଳେବେଳେ ପିତାମାତା ମାନେ ନିଜ ସନ୍ତାନର କିଛିଟା ଖରାପ ଅଭ୍ୟାସ ଦେଖି ସ୍ନେହ କାରଣରୁ ଅଣଦେଖା କରିଦିଅନ୍ତି l ତେଣୁ ସନ୍ତାନ ସତମାର୍ଗରେ ନେବା ପାଇଁ ପିତାମାତା ସେମାନଙ୍କ ଭଲ ଅଭ୍ୟାସ ସହିତ ଖରାପ ଅଭ୍ୟାସ କୁ ମଧ୍ୟ ନଜର ଦେବା ଆବଶ୍ୟକ l
* ଜିଦି ସ୍ଵଭାଵ – ଛୋଟ ପିଲାମାନେ ବଦମାସୀ କରିବା ଗୋଟିଏ ସାଧାରଣ କଥା l କିନ୍ତୁ କିଛିଟା ଯିଦିଆ ସ୍ୱଭାବର ହୋଇ ଥାଆନ୍ତି l ଜିଦି କାରଣରୁ ସେମାନେ ପିତାମାତାଙ୍କର କଥା ଶୁଣିବାକୁ ରାଜି ହୋଇ ନଥାଆନ୍ତି l ପିତାମାତା ପିଲା ମାନଙ୍କର ଏହି ସ୍ଵଭାଵ ପ୍ରତି ଧ୍ୟାନ ଦିଅନ୍ତି ନାହିଁ l କିନ୍ତୁ ନୀତି ଶାସ୍ତ୍ର ଅନୁସାରେ ପିଲାର ଏହି ସ୍ଵଭାବକୁ ପିତାମାତା ସଚେତନ ରହି ତାକୁ ବୁଝାଇବା ଆବଶ୍ୟକ l
* ମିଛ କହିବା ସ୍ଵଭାଵ – କିଛି ପିଲାମାନଙ୍କର ଛୋଟ ବେଳୁ ମିଛ କହିବା ଅଭ୍ୟାସ ହୋଇ ଯାଇଥାଏ l ଯଦି ସନ୍ତାନର ଏହି ସ୍ଵଭାଵ ରହିଛି ତେବେ ପିତାମାତା ତାକୁ ଛଡ଼େଇବା ଆବଶ୍ୟକ l କାରଣ ଏହି ସ୍ଵଭାଵ ଭବିଷ୍ୟତରେ ତାକୁ ବିପଥଗାମୀ କରାଇ ଦେବ l ଯାହା ଦ୍ୱାରା ସେମାନଙ୍କର ଭବିଷ୍ୟତ ଅନ୍ଧକାର ହୋଇଯିବ l
* ମହାପୁରୁଷ ଙ୍କ କାହାଣୀ – ଶାସ୍ତ୍ର ଅନୁସାରେ ପିଲା ମାନଙ୍କୁ ଛୋଟ ବେଳୁ ମହାପୁରୁଷଙ୍କ ଜୀବନୀ ପଢିବାକୁ କହିବା ଆବଶ୍ୟକ l ଭଲ କାର୍ଯ୍ୟ ପାଇଁ ପ୍ରେରିତ କରିବା ଆବଶ୍ୟକ l କାରଣ ଆଜିର ମଣିଷ ସମାଜ ଉପରେ ମହାପୁରୁଷଙ୍କ ଯିବନି ସକାରତ୍ମକ ପ୍ରଭାବ ପକାଇଥାଏ l ଯାହା ତାଙ୍କୁ ଗୋଟିଏ ଭଲ ମଣିଷ ଗଢି ତୋଳିବାରେ ସାହାଯ୍ୟ କରିଥାଏ l
* ପର ନିନ୍ଦା ଓ ପର ଚର୍ଚା – ନିଜ ସନ୍ତାନ ଆଗରେ କେବେବି ପର ନିନ୍ଦା ଓ ପର ଚର୍ଚା କରିବା ଉଚିତ ନୁହେଁ ଓ ସନ୍ତାନକୁ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ପାଇଁ ସଚେତନ କରିବା ଉଚିତ l ପର ନିନ୍ଦା ଓ ପର ଚର୍ଚା ଦ୍ୱାରା ଘରର ବାତାବରଣ ନଷ୍ଟ ହୋଇଥାଏ ଓ ସନ୍ତାନ ମାନଙ୍କ ଉପରେ ନାକରତ୍ମକ ପ୍ରଭାବ ପକାଇଥାଏ l ସେମାନେ ମଧ୍ୟ ବଡ ହେବାପରେ ସେହି ରାସ୍ତାକୁ ଅନୁକରଣ କରି ଥାଆନ୍ତି l
Comments are closed.