Odisha news

ପୌର ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କଲେ ସାଂସଦ ମହେଶ ସାହୁ

0

ତାଳଚେର : ତାଳଚେର ଗୋପବନ୍ଧୁ ଟାନହଲ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ତାଳଚେର ପୌରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ସମ୍ମାନୀତ କରିଥିଲେ । ମହାମାରୀ କରୋନାକୁ ପ୍ରତିହତ କରିଆସୁଥିବା ସେହି ମହାନ କର୍ମଚାରୀମାନଙ୍କୁ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଆଜି ଚୁଡ଼ା, ଚାଉଳ, ଡ଼ାଲି, ବିସ୍କୁଟ, ସାବୁନ ପୁଡ଼ିଆ ପ୍ରଦାନ କରିଛନ୍ତି । ଲକଡ଼ାଉନ ଘୋଷଣା ହେବା ଦିନ ଠାରୁ ସାଧାରଣ ଲୋକ ଜୀବନ ବଞ୍ଚାଇବା ପାଇଁ ସୁସ୍ଥରେ ଘରେ ରହୁଥିବା ବେଳେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲାଗାଇ ପରିବେଶକୁ ସଫାସୂତରା କାର୍ଯ୍ୟରେ ଲିପ୍ତ ରହିଥାଆନ୍ତିି ।

ସେମାନେ ଜଣେ ଜଣେ କୋରାନା ଯୋଦ୍ଧା ବୋଲି ସାଂସଦ ଶ୍ରୀ ସାହୁ ସେମାନଙ୍କୁୂ ସମ୍ମାନୀତ କରିବା ସହ ସାମାଜିକ ଦୂରତା ମାକ୍ସ ପିନ୍ଧିବା ବାରମ୍ବାର ହାତ ଧୋଇବା ସହ କେରାନାର ମୁକାବିଲା କରିବା ପାଇଁ ସଚେତନତାର ପରାମର୍ଶ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ପୌରଅଧିକାରିଣୀ ଅତସୀ ପରିଡ଼ା, ପୂର୍ବର୍ତନ ନଗରପାଳ ପବିତ୍ର ଭୂତିଆ, ପୌରଯନ୍ତ୍ରୀ, ନଗରସଭାପତି ଆସିଫ୍ ଖାନ, ଅବସରପ୍ରାପ୍ତ ଇଂରମେଶ ସାହୁ ଙ୍କ ସମେତ ପୌରକର୍ମଚାରୀମାନେ ଉପସ୍ଥିତ ଥିଲେ । ସେଠାରେ କିଛି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉତ୍ତୋରୀୟ ଦେଇ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶିଷ୍ଟ ଉପସ୍ଥିତ ଥିଲେ ।

 

Leave A Reply