Odisha news

ତାଳଚେରର ଜଣେ ଯୁବକକୁ ଫେସ୍‌ବୁକରେ କରୋନା ସମ୍ପର୍କୀତ ମିଛ ଖବର ଭାଇରାଲ କରିଥିବା ଅଭିଯୋଗରେ ଜଣେ ଗିରଫ

0

ଅନୁଗୁଳ: ଗତ ୧୮ ତାରିଖ ଦିନ ଫେସବୁକରେ କରୋନା ସମ୍ପର୍କୀତ ମିଛ ଖବର ଭାଇରାଲ କରି ତାଳଚେରର ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨୦ ତାରିଖ ଦିନ ଅନୁଗୁଳ ପୁଲିସ ପୁଣି ଜରେ ଯୁବକକୁ ମିଛ ଖବର ଭାଇରାଲ କରିଥିବା ଅଭିଯୋଗରେ ଗିରଫ କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ ଯେ, ୨୦ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଗୁଳ ପୁଲିସ ସହରରେ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲେ ଯେ, ଅନୁଗୁଳ ଶଙ୍କର ସିନେମା ରୋଡର ବିଜୟ କୁମାର ସୋନୀ (୫୨) ନିଜ ଫେସବୁକ ଆକାଉଟଂରେ ଅନୁଗୁଳରେ କରେନାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନେଇ ଏକ ମିଥ୍ୟା ଖବର ଭାଇରାଲ କରିଛନ୍ତି ।

ଫଳରେ ଏଭଳି ମିଥ୍ୟା ଖବର ଭାଇରାଲ କରି ଲୋକଙ୍କୁ ଆତଙ୍କିତ କରୁଥିବା ବିଜୟକୁ ଗିରଫ କରିବା ପାଇଁ ପୁଲିସ ସେଠାରେ ଚଢ଼ାଉ କରିବା ପରେ ବିଜୟକୁ ଗିରଫ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିଜୟ ସେଠାରୁ ପଳାଇଯିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହେବା ସହ ଦଫା ୧୫୩ (ଏ),/୧୮୮/୫୦୪/୫୦୫ (୧) (ବି)୫୦୭ରେ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.