Odisha news

ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ରେ ଯୋଗଦେଲେ ସମୀର ମହାନ୍ତି

0
ତାଳଚେର :ତା 10/6: ବିଜେପିର ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି ଶନିବାର ତାଳଚେର ନିର୍ବାଚନ ମଣ୍ଡଳୀ ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ରେ ଯୋଗଦେଇ ମୋଦିଙ୍କ ବିକାଶ ଧାରାରେ ବାଧକ ବିଜେଡି ବୋଲି ପ୍ରକାଶ କରିଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସେବା ସୁଶାସନ ଗରିବ କଲ୍ୟାଣ ର ନଅ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ରେ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଏସ ସି ମୋର୍ଚ୍ଚା, ଓବିସି ମୋର୍ଚ୍ଚା, ଏସ ଟି ମୋର୍ଚ୍ଚା ଓ ସଂଖ୍ୟାଲଘୁ ମୋର୍ଚ୍ଚା ର ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତା ଙ୍କୁ ମୋଦି ଙ୍କ ଯୋଜନା ଏବଂ ଓଡିଶା ର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ କୁ ନେଇ ଘରେ ଘରେ ପହଞ୍ଚାଇବା କୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ |
ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଓଡିଶା ରେ 2014ରେ ଡାକ୍ତରୀ ସିଟ 450ଥିବା ବେଳେ ଆଜି ତାହା 2200ରେ ପହଁଚିଛି |କୋଟିଆ ଠାରୁ ପାଇକ ବିଦ୍ରୋହ, ନବ କଳେବର ରୁ କୋଣାର୍କ ମନ୍ଦିର,ଜଳ, ସ୍ଥଳ, ଆକାଶ ପଥ,ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ଓଡିଶା କୁ ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଏହା ପୂର୍ବରୁ ବହୁ କେନ୍ଦ୍ରମନ୍ତ୍ରୀ ଓଡିଶା ରୁ ଥିଲେ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଳି ବିକାଶ ପୁରୁଷ ଓଡିଶା ଓ ଓଡ଼ିଆ ଙ୍କ ପାଇଁ ଅହରହ ଚେଷ୍ଟା କରୁଥିବା ବ୍ୟକ୍ତି ଙ୍କ ସମ୍ପର୍କ ରେ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ |ରାଜ୍ୟ ସରକାର 25ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ମାଗିଥିବା ବେଳେ 28ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦେବା ପରେ ମଧ୍ୟ କାହିଁକି ଲୋକ ଘର ପାଇ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ |ଧର୍ମେନ୍ଦ୍ର ପ୍ରଧାନ ଙ୍କ ଚେଷ୍ଟା ଫଳରେ ଓଡିଶା କୁ 9ଲକ୍ଷ ଘର ଆସିଥିଲା ବେଳେ ରାଜ୍ୟ ସରକାର କାହିଁକି ତାହା ଠିକ ଭାବେ ବାଣ୍ଟୁ ନାହାନ୍ତି? ମୋଦି ଙ୍କ ବିକାଶ ଧାରାରେ ବାଧକ ସାଜୁଛନ୍ତି ବୋଲି କହିଥିଲେ |ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ତାଳଚେର ବିକାଶ ରେ ମୋଦି ସରକାର ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭୂମିକା ତଥା ଏଫସିଆଇ ସାରକାରଖାନା , ଥର୍ମାଲ ପ୍ଲାଣ୍ଟ, ମେଡିକାଲ କଲେଜ, ଚାରି ଲାଇନ ରାସ୍ତା, ରେଳ ପଥ ର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା,ଦୁଇ ଦୁଇ ଟି ସେଣ୍ଟ୍ରାଲ ସ୍କୁଲ, କୋଇଲା ଖଣି ରେ ମୃତାହତ ହେଲେ 15 ଲକ୍ଷ  ଟଙ୍କା ଅନୁକମ୍ପା, କରୋନା ସମୟରେ ହସ୍ପିଟାଲ କରି ତାଳଚେର ଲୋକଙ୍କ ଚିକିତ୍ସା କରାଇବା, ସବୁ କ୍ଷେତ୍ରରେ ତାଳଚେର ପାଇଁ ଅନବରତ କାର୍ଯ୍ୟ କରି ଆସୁଛନ୍ତି |ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ସାଙ୍ଗଠନିକ ଆଲୋଚନା କରିଥିଲେ|ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ଜିଲ୍ଲା ମହା ଜନ ସମ୍ପର୍କ ଅଭିଯାନ ସହ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ବିଶ୍ୱାଳ ଶୋକ ପ୍ରସ୍ତାବ ଆଗତ କରିଥିଲେ,ଜିଲ୍ଲା ଏସ ସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ ଅତିଥି ପରିଚୟ, ଜିଲ୍ଲା ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁ ସ୍ୱାଗତ ଭାଷଣ, ଓ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ସ୍ୱାଧୀନ ଥମ୍ବ ଧନ୍ୟବାଦ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ମୋର୍ଚ୍ଚାର ଶୋଭାଗିନୀ ପ୍ରଧାନ, ସଂଯୁକ୍ତା ମହାରଣା, ଉର୍ମିଳା ଦେହୁରୀ, ମିଲ୍ଲୀ ପ୍ରଧାନ, ଜସ୍ମିନ ପ୍ରଧାନ, ରେଖା ଅଗ୍ରୱାଲ, ଯୁବମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହା ସୁପକାର,କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ସୁଶାନ୍ତ ସାମଲ,ସମସ୍ତ ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ନରେଶ ବେହେରା, ନରେନ୍ଦ୍ର ସାହୁ, ଦେବେନ୍ଦ୍ର ବାରିକ, ବରୁଣ ସାହୁ,ସମସ୍ତ ମୋର୍ଚ୍ଚା ର ମଣ୍ଡକ ର ସଭାପତି ଓ ପଦାଧିକାରୀ ଙ୍କ ସମେତକୃଷକ ମୋର୍ଚ୍ଚା ପ୍ରଭାରୀ ବିଭୁତି ସାହୁ, ନିରଞ୍ଜନ ପ୍ରଧାନ,ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ,ବରିଷ୍ଠ ନେତା ହିମାଂଶୁ ସାହୁ, ଗୋପାଳ ସାହୁ ଙ୍କ ସମେତ ହଜାର ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |
Leave A Reply