Odisha news

ତାଳଚେର ଜାତୀୟ ରାଜପଥ ଅବସ୍ଥା ସୁଧିରିବ କେବେ? ଯାନବାହାନ ଚଳାଚଳ ଉପରେ ରହୁନି ନିୟନ୍ତ୍ରଣ

0

ତାଳଚେର ତା ୦୮/୦୬ ତାଳଚେର ଗୋଡ଼ିବନ୍ଧ ଠାରୁ ସହରଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଅବସ୍ଥା ସୁଧିରିବ କେବେ । ଦୈନନ୍ଦିନ ଏହି ରାଜପଥ ଉପରେ ହଜାର ହଜାର ସଂଖ୍ୟକ ଟ୍ରକ ଚଳାଚଳ ଯୋଗୁଁ ଏହି ରାସ୍ତାରେ ମାତ୍ରାଧିକ ପ୍ରଦ୍ୟୁଷଣ ହେବା ସହ ଦୁର୍ଘଟଣା ଘଟୁଥିବା ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଏଠାରେ ପ୍ରଶାସନ ଓ ରାଜନେତା, କୁଜିନେତାଙ୍କର କୁମ୍ଭକର୍ଣ୍ଣନିଦ୍ରା ଭାଙ୍ଗିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଜାତୀୟ ରାଜପଥ ଅଣଓସାରିଆ ସମେତ ଅହରହ  ଦ୍ରୁତ ଗତିରେ ନିୟମକୁ ନମାନି ଭାରୀଯାନ ଚଳାଚଳ ଫଳରେ ଧୂଳିଧୂଆଁରେ ବାଟୋଇ ଦାଣ୍ଡୋଇ ଓ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବସ୍ତିବାସୀନ୍ଦା, ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ପ୍ରଦ୍ୟୁଷଣରେ ଜର୍ଜରିତ ହେବା ସହିତ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇଥାନ୍ତି । ପ୍ରଶାସନ ପକ୍ଷରୁ ଏହି ଭାରୀଯାନ ଦ୍ରୁତଗତି ଉପରେ ନିୟନ୍ତ୍ରଣ ରହୁନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି ଅଭିଯୋଗ ହୋଇଥାଏ । ଏହା ଫଳରେ ସତେ ଯେପରି  ଦୁର୍ଘଟଣାକୁ ହାତଠାରି ଡ଼ାକ ଦେଉଥିବା ଅବସ୍ଥା ସୃଷ୍ଟି କରିଥାଏ ।

ଦୀର୍ଘ ୪୦ବର୍ଷ ପୂର୍ବରୁ ଏହି ଜାତୀୟ ରାଜପଥଟି ଯେଉଁ ଅବସ୍ଥାରେ ଥିଲା ଆଜି ବି ମଧ୍ୟ ସେହି ଅବସ୍ଥାରେ ପଡ଼ି ରହିଛି । ଜନସଂଖ୍ୟା ବୃଦ୍ଧି ସହ ସେହି ଅନୁପାତରେ ଯାନବାହାନ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ଜିଲ୍ଳାରେ ଗାଡ଼ିମଟର ଚଳାଚଳ ସଂଖ୍ୟା କମ ରହୁଥିବା ବେଳେ ସେଠାରେ ଜାତୀୟ ରାଜପଥ ୪ରୁ ୬ଥାକିଆ ହେଉଥିବା ବେଳେ ଶିଳ୍ପନଗରୀ ତାଳଚେର ଅଂଚଳରୁ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ରାଜସ୍ୱ ନେଉଥିଲେ ମଧ୍ୟ ଏଠାରେ କାହିଁକି ଯେ, ୪ଥାକିଆ ରାସ୍ତା ନିର୍ମାଣ କରାଯାଉ ନାହିଁ ତାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ତାଳଚେର ଅଂଚଳରେ ବ୍ୟାପକ କୋଇଲା ଖଣି ଏନଟିପିସି ଜିନ୍ଦଲ ଭଳି ରାଷ୍ଟ୍ର ଉଦ୍ୟୋଗ କମ୍ପାନୀ ରହିଛି । ତାଳଚେର ସମେତ ଏହାର ଆଖପାଖ ଅଂଚଳରେ ମୁଣ୍ଡଟେକିଥିବା ଶିଳ୍ପ ସଂସ୍ଥା ଗୁଡ଼ିକ କୋଇଲା ଖଣି ଗୁଡ଼ିକରୁ ପ୍ରଚୁର କୋଇଲା ନେଇ ବ୍ୟବହାର କରିବା ପରେ ଏଥିରୁ ନିର୍ଗତ ପାଉଁଶ ଗୁଡ଼ିକ ଟ୍ରକ, ହାଇୱା ଓ କଂଟେନୋର ବୋଝେଇ କରି ଏହି ପାଉଁଶକୁ ମନଇଚ୍ଛା ରାସ୍ତାର ଉଭୟ ପାଶ୍ୱର୍ରେ ଏଣେତେଣେ ପକାଇ ଦେଇଥାନ୍ତି ।

ସେହିଭଳି କୋଇଲା ଖଣି ଗୁଡ଼ିକରୁ ଦୈନନ୍ଦିନ ହଜାର ହଜାର ସଂଖ୍ୟକ କୋଇଲା ବୋଝେଇ ଟ୍ରକ କୋଲ କରିଡ଼ର ରାସ୍ତାରେ ଆସି ଏହି ଜାତୀୟ ରାଜପଥ ବାଙ୍କଧରା ଛକ ଠାରେ ବିହାରି ନିଜ ଗନ୍ତବ୍ୟ ପଥରେ ଯାଇଥାନ୍ତି । ଏବଂ ଅନ୍ୟାନ୍ୟ ଭାରୀଯାନ ମଧ୍ୟ ଏହି ଜାତୀୟ ରାଜପଥଦେଇ ଚଳାଚଳ କରିଥାନ୍ତି । ଏହି ଅଣଓସାରିଆ ଜାତୀୟ ରାଜପଥରେ ଏତେଶୟ ଯାନବାହାନ ଚଳାଚଳ ଓ ଦ୍ରୁତଗତି ଉପରେ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ ରହୁନଥିବାରୁ ବ୍ୟାପକ ପ୍ରଦ୍ୟୁଷଣ ହେବା ସହିତ ଦୁର୍ଘଟଣାର ପିଛା ଛାଡ଼ୁ ନାହିଁ ଓ ଟ୍ରାଫିକ ବ୍ୟବସ୍ଥା ସଦାବର୍ସଦା ଦେଖାଦେଇଥାଏ । ଏଥବନେଇ ଏନଏଚଆଇ, ଜିଲ୍ଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଏମଏଲ, ଏମପି, ବିରୋଧି ଦଳ ନେତା, କୁଜିନେତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନଏଚଆଇ ପକ୍ଷରୁ ଏହି ରାଜପଥକୁ ୪ଥାକିଆ ରାସ୍ତାରେ ପରିଣତ କରିବାକୁ ୨୯/୦୭/୨୦୨୨ରେ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିପାରି ନାହିଁ ବୋଲି ଜଣାପଡ଼ିଛି । ତେବେ ଏହି ଜାତୀୟ ରାଜପଥ ନିର୍ମାଣ ହେବ କେବେ?

Leave A Reply