Odisha news

ସାବିତ୍ରୀ ବ୍ରତ : ଓଷା ପାଇଁ ବଜାରରେ ଦରଦାମ ଆକାଶଛୁଆଁ

0

ତାଳଚେର ତା ୧୭/୦୫ ସ୍ୱାମୀର ମଙ୍ଗଳକାମନା କରିବାକୁ ନେଇ ଗୃହିଣୀମାନେ ବର୍ଷକୁ ଥରେ ନିଷ୍ଠାର ସହ ସାବିତ୍ରୀବ୍ରତ ପାଳନ କରିଥାନ୍ତି । ଏହି ବ୍ରତକୁ ନେଇ ବିଶେଷ କରି ଫଳ ଓ ପୂଜାସାମଗ୍ରୀ ଦୋକାନ ଠାରୁ ଆରମ୍ଭ କରି ରାସ୍ତାର ଉଭୟ ପାଶ୍ୱର୍ରେ ଛୋଟଛୋଟ  ବେପାରୀମାନେ ବିଭିନ୍ନ ରମକମର ଫଳ ଓ ସାବିତ୍ରୀବ୍ରତ ସାମଗ୍ରୀ ଉପରେ ପସରା ମେଲାଇଥାନ୍ତି । ବ୍ରତ ଉଦ୍ଦେଶ୍ୟରେ ମହିଳାମାନେ କେବଳ ଯେ, ଫଳ ଭୋଗ ଲଗାଇ ଫଳ ଭୋଜନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଅସାଧୁ ବେପାରୀମାନେ କାହାକୁ ଖାତିରନକରି ଫଳର ଚାହିଦାକୁ ନଜରରେ ରଖି ଲାଭଖୋର ମନୋଭାବ ନେଇ ଆଖିବୁଜା ମୂଲ୍ୟ ବୃଦ୍ଧି କରିଥାନ୍ତି । ଏପରିକି, ଅରିପକ୍ୱ ଫଳ ଯଥା:- ଆମ୍ବ, ସପୁରୀ, ପଣସ, କଦଳୀକୁ ବିଷାକ୍ତ କେମିକାଲ ସ୍ପ୍ରେ କରି ଫଳକୁ ପଚାଇ ଯାହାକି ମଣିଷ ପାଇଁ କ୍ଷତିକାରକ ତାହାକୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ଏହାକୁ ସେବନ କରି ବିଭିନ୍ନ ରୋଗରେ ଶୀକାର ହେଉଥିଲେ ମଧ୍ୟ ଖାଦ୍ୟ ନିରପତା ଆଇନବଳରେ ସ୍ଥାନୀୟ ପ୍ରଶାସନ, ପୌରପରିଷଦ, ଫୁଡ଼ଇନ୍ସିପେକ୍ଟର କିପରି ଭାବେ ଚୁପ୍ ହୋଇ ବସିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

Govt
Leave A Reply