ବୁଗୁଡ଼ା : ତା ୧୭/୦୫/୨୩ : ବୁଗୁଡ଼ା ଥାନା ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମରେ ବଜ୍ରପାତ ଘଟି ବିଧବା ଭାଉଜ ଗିତାଞ୍ଜଳି ସ୍ୱାଇଁ(୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ବିଧବା ନଣଦ ଝୁନୁ ସ୍ୱାଇଁ(୪୮ )ଗୁରୁତର ଆହତ ହୋଇଥିବା ଜଣା ପଡିଛି l ଆଜି ନଣନ୍ଦ ଓ ଭାଉଜ ମିଶି ନିଜ ଚାଷ ଜମିକୁ ଯାଇଥିଲେ ଏବଂ ସେଠାରେ ଉଭୟେ ଚିନାବାଦାମ ଉପାଡୁ ଥିଲେ l ଅପରାହ୍ନ ୫ଟା ବେଳେ ବର୍ଷା ପବନ ସହ ଘଡଘଡି ଓ ବଜ୍ରପାତ ହୋଇଥିଲା l ବଜ୍ରାଘାତରେ ଉଭୟେ ଜମିରେ ଟଳି ପଡିଥିଲେ l ଏହା ଦେଖି ଆଖପାଖ ଜମିରେ କାମ କରୁଥିବା ଲୋକେ ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଗୀତାଞ୍ଜଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଗୋଟିଏ ପରିବାର ଦୁଇଜଣଙ୍କୁ ବଜ୍ରଘାତ ଘଟିଥିବା ବେଳେ ବେଲପୁର ଗାଁରେ ଶୋକାକୁଳ ପରିବେଶ ସୁଷ୍ଟି ହୋଇଛି ।ଅନ୍ୟପକ୍ଷରେ ବୁଗୁଡା ମେଡିକାଲରେ ପୋଲିସ୍ ପହଞ୍ଚି ଶବକୁ ଜବତ କରିଥିବା ବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଘଟଣାର ଅନୁସନ୍ଧାନ କରି ଫେରିଥିବା ଜଣାଯାଇଛି ।