Odisha news

ଅଗ୍ନିକାଣ୍ଡରେ ୩ ପରିବାରର ୬ ବଖରା ଘରପୋଡି

0
ବୁଗୁଡା :ତା ୧୭/୦୫/୨୩ :  ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ବିଳାସ ନାଇକ , କାର୍ତ୍ତିକ ନାଇକ ଓ ପୁନିଆ ନାଇକ ଆଦି ୩ ପରିବାରର ୬ ବଖରା ଘର ପୋଡି ଯାଇଥିବା ଜଣାଯାଇଛି  । ପ୍ରକାଶ ଯେ, ଆଜି ଅପରାହ୍ନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଘରଗୁଡ଼ିକ ହୁତୁ ହୁତୁ ହୋଇ ଜଳିଥିଲା । ଏ ନେଇ ଖବର ପାଇବା ପରେ ଓଡଗାଁ ଏବଂ ଜଗନ୍ନାଥପ୍ରସାଦର ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଉକ୍ତ ତିନି ପରିବାରର ସମସ୍ତ ଜିନିଷ ପୋଡି ଛାରଖାର ହୋଇଯାଇଛି । ଘଟଣା ସ୍ଥଳରେ ତହସିଲଦାର ସଂଗ୍ରାମ କେଶରୀ ଜେନା ପହଞ୍ଚି ପୀଡିତ ପରିବାରଙ୍କୁ ପାଲ ଯୋଗାଇବା ସହ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ।
Govt
Leave A Reply