Odisha news

ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ୧୦ଗୁରୁତର

0

ଘଟଗାଁ : – କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟରେ ଟ୍ରକ ସହ ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା’ ଦୁର୍ଗା ନାମକ ଏକ ଘରୋଇ ବସ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁର ରୁ କରଞ୍ଜିଆ ଆଭିମୁଖେ ଯାଉଥିବା ବେଳେ ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ନିକଟରେ ଏକ ଆଇରନ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ଟ୍ରକ ଓ ବସ ରାସ୍ତା ତଳକୁ ଓଲଟି ପଡିଥିଲା। ସମସ୍ତ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ଚିକିତ୍ସା ପାଇଁ ଘଟଗାଁ ମେଡିକାଲରେ ଭର୍ତି କରାଇଥିଲେ। ଆହତଙ୍କ ମଧ୍ୟରୁ ୪ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply