Odisha news

ମଦନପୁର ଠାରେ ରେଙ୍ଗାଳି ଜଳ ସଞ୍ଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

0
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ଠାରେ ଓଡିଶା ସରକାର ଜଳ ସମ୍ପଦ ବିଭାଗ ପକ୍ଷରୁ ରେଙ୍ଗାଳି ଜଳ ସଞ୍ଚନ ପ୍ରକଳ୍ପର -୨ ପର୍ଯ୍ୟାୟ -୨ ବରପଦା ଶାଖା କେନାଲ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ  କରାଯାଇଛି ।ବହୁଦିନ ଧରି ଏହି ପକଳ୍ପଟି ଆଶା ଆକାଂକ୍ଷାରେ ରହିଥିବା ବେଳେ ଆଜି ଘସିପୁରା ବ୍ଲକର ଅଧିକାଂଶ ପଞ୍ଚାୟତର ଚାଷୀ ମାନେ ଏହି କେନାଲ ଦ୍ବାରା ଉପକୃତ ହେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି ।ଉକ୍ତ କେନାଲଟି ୨୦୨୫ ସୁଦ୍ଧା ସମସ୍ତ କାମ ସମ୍ପୂର୍ଣ୍ଣ କରି ଏହାର କାଯ୍ୟକାରୀ କରାଯିବ ବୋଲି ରେଙ୍ଗାଲି ଜଳ ସଞ୍ଚନ ପ୍ରକଳ୍ପର ଏରିଆ ମ୍ୟାନେଞ୍ଜର ରଚିତ୍ କୁମାର ଦାସ ଏବଂ ଆଡିସିନାଲ ଚିଫ୍ ଇଞ୍ଜିନିୟର ମୃତୁଞ୍ଜୟ ସେଠୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର ସୁଶାନ୍ତ ଶେଖର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି ।ଏଥିରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଏବଂ ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଓ ମଦନପୁର ସରପଞ୍ଚ ହିମାଂଶୁ ଶେଖର ଜେନା,ପୂର୍ବତନ ସରପଞ୍ଚ ପରେଶ କୁଅଁର,ଖଲଣା ସମବାୟ ସମିତିର ସଭାପତି ବିଭାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ କାଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଚାଷୀ ମାନେ ଯୋଗଦେଇଥିଲେ ।।
Govt
Leave A Reply