Odisha news

ଦୁର୍ଘଟଣା ପିଛା ଛାଡ଼ୁନି ଭରତପୁର କୋଇଲା ଖଣିରେ ଖଣି ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ?

0

ତାଳଚେର ତା ୧୩/୦୫ ତାଳଚେର ଭରତପୁର କୋଇଲା ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଘଟଣା କୋଇଲାନଗରୀ ଅଂଚଳରେ ଚହଳ ପକାଇ ଦେଇଛି । ଏକମାସ ପୂର୍ବରୁ ଦୁଇଟି ହାଇୱା ଦୁର୍ଘଟଣା ହୋଇ ଅଳ୍ପକେ ଚାଳକ ବର୍ତି ଯାଇଥିବା ବେଳେ ଆଜି କୋଇଲା ଖଣି ଭିତରେ ପନଶ୍ଚ ଦୁଇଟି ହାଇୱାରୁ ଗୋଟିଏ  ପ୍ରାୟ ୧୫୦ ଫୁଟ୍ ତଳକୁ ଖସି ପଡ଼ିଥିବା ବେଳେ ଆଉ ଗୋଟିଏ ହାଇୱା ଝୁଲି ରହିଥିବା ଲୋମଟାଙ୍କୁରା ଦୃଶ୍ୟରେ ସୋସିଆଲ ମିଡ଼ିଆରେ ଘୂରୀବୁଲିଥିବା ଘଟଣା ଭରତପୁର କୋଇଲା ଖଣିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ? ତେବେ ଡ଼ିଜିଏମଏସ୍ ଭରତପୁର ଠାରେ ଢ଼େରା ପକାଇଥିଲେ ମଧ୍ୟ କିପରିଭାବେ ଏପରି ଘଟଣା ଘଟୁିଛି ବୋଲି କୁହାଯାଉଛି । ପ୍ରକାଶ ଥାଉକି ଏହି ଖଣିରେ ପ୍ରାୟ ୨ବର୍ଷ ପୂର୍ବରୁ ଏକ ବଡ଼ଧରଣର ଦୁର୍ଘଟଣା ଘଟି କିଛି କର୍ମଚାରୀ ଓ ଠିକାକର୍ମଚାରୀଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଖଣିର କେତେକ ଗାଡ଼ିମଟର ମାଟିତଳେ ପୋତି ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ଭରତପୁର କୋଇଲାଖଣି ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଥିଲା । ଖଣି ସୁରକ୍ଷାକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହା କେବଳ କାଜପତ୍ରରେ ସୀମିତ ରହିଥିବା ଶ୍ରମିକ ମହଲରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେତେକ ଅସାଧୁ କର୍ମଚାରୀ ଓ ଠିକାକମ୍ପାନୀ ଅଧିକ ଲାଭଖୋର ମନୋଭାବ ଯୋଗୁଁ ଏପରି ଘଟଣା  ଘଟୁଥିବା କୁହାଯାଉଛି ।

Leave A Reply