Odisha news

ତାଳଚେର ମେଡ଼ିକାଲ କଲେଜ ପ୍ରସଙ୍ଗ ବିଧାନସଭାରେ ପ୍ରଶ୍ନ ଉଠାଇଲେ ଜଟଣୀ ବିଧାୟକ

0

ତାଳଚେର ତା ୨୮/୦୩ ଦୀର୍ଘ ୪୦ବର୍ଷ ହେବ ତାଳଚେରରେ ଲୋକଙ୍କ ସ୍ୱାସ୍ଥାରେ ଉନ୍ନତି ଆଣିବାପାଇଁ ଏକ ନୂତନ ମେଡ଼ିକାଲ କଲେଜ ଖୋଲାଯିବା ନେଇ ଦାବି ହୋଇ ଆସୁଥିଲା । ତାଳଚେର ଶିଳ୍ପାଚଂଳ ହୋଇଥିବାରୁ ବିଭିନ୍ନ ମାରାତ୍ମକ ରୋଗ ସମେତ ଦୁର୍ଘଟଣ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଠାରେ ମେଡ଼ିକାଲ କଲେଜ ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏହି ପରିପ୍ରେକ୍ଷୀରେ ଏମସିଏଲ ପକ୍ଷରୁ ପ୍ରାୟ ୫ଶହକୋଟି ଟଙ୍କା ବିନିମୟରେ  ଘଂଟପଡ଼ା ଠାରେ ନୂତନ ମେଡ଼ିକାଲ କଲେଜ ପାଇଁ ଜମି ସମେତ ଆବଶ୍ୟକ କୋଠରୀ ନିର୍ମାଣ କାର୍ଯ୍ୟ ଶେଷହୋଇ ଦୀର୍ଘ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ଭୂତିକୋଠିରେ ପରିଣତ ହୋଇିଛି । ଏବଂ ଏହାକୁ କାର୍ଯ୍ୟକ୍ଷମ କରିବାନେଇ ବିଭିନ୍ନ ସଂଗଠନ ପକ୍ଷରୁ ଓ ତାଳଚେର ସର୍ବସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ବହୁ ବିଳମ୍ବରେ ରାଜ୍ୟ ସରକାର ଏହାକୁ ଚଳାଇବା ପାଇଁ ନୀତିଗତ ନିଷ୍ୱତି ନିଆଯାଇଛି ବୋଲି କୁହାଯାଉଛି । ଏହି ମେଡ଼ିକାଲ କଲେଜ ଆରମ୍ଭ କରିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଛି । କମିଟିର ଚେୟାରମ୍ୟାନ ଅନୁଗୋଳ ଜିଲ୍ଳାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନେଇ ରାଜ୍ୟ ସରକାର ତାଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି । ମାତ୍ର ବର୍ତମାନ ସୁଦ୍ଧା କାର୍ଯ୍ୟ ନହେବାରୁ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅପ୍ରେଲ ୧ତାରିଖ ଦିନ ତାଳଚେର ବନ୍ଦ ଡ଼ାକରା ଦିଆଯାଇଛି ।

ତେବେ ଏନେଇ ଜଟଣୀ ବିଧାୟକ ସୁରେଶ ରାଉତରାଏ ବିଧାନସଭାରେ ଅଣତାରକା ପ୍ରଶ୍ନ ନମ୍ବର ୩୪୪୯ ତା ୨୭/୦୩/୨୦୨୩ ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମେଡ଼ିକାଲ କଲେଜକୁ ସରକାର ପରିଚାଳନା ଦାୟୀତ୍ୱନେଇ କେବେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଉଠାଇଥିଲେ ପ୍ରଶ୍ନ । ଏହାର ଉତରରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମେଡ଼ିକାଲ କଲେଜକୁ ସରକାର ପରିଚାଳନା ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିତିଗତ ନିଷ୍ୱତି ହୋଇଛି । ୩୩୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହେବାପରେ ରାଷ୍ଟ୍ରିୟ ଚିକିତ୍ସାଆୟୋଗ (ଏନଏମସି)ଙ୍କ ଅନୁମତି ନିଆଯାଇ ମେଡ଼ିକାଲ କଲେଜ ସ୍ଥ୍‌ାପନ କରାଯିବ ବୋଲି ପ୍ରକାଶ କରିଥିଲେ । ତେବେ ମେଡ଼ିକାଲ କଲେଜ ଖୋଲିବାକୁ ନେଇ ଏମସିଏଲର କାଳକ୍ଷେପଣ ନୀତିକୁ ପୂର୍ବତନ ପାଲହଡ଼ା ବିଧାୟକ ବିଭୂନ୍ଦେୁ ପ୍ରତାପ ଦାସ ତୀବ୍ର ନିନ୍ଦା କରିବା ସହିତ ଏହାକୁ ତୁରନ୍ତ ଚଳାଇବାକୁ ଦାବି କରିଛନ୍ତି ।

Nalco
Leave A Reply