ରମ୍ଭା ତା -28/03/2023 ସାନ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ଗୃହ ପାର୍ଶ୍ଵରେ ମଙ୍ଗଳବାର ଦିନ ମଧୁରଚୁଆ ସେବା ସମବାୟ ସମିତି ଆନୁକୂଲ୍ୟରେ ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଏକ ବିଶାଳ ମହିଳା ସମାବେଶ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଅୟମାରମ୍ଭ ପୂର୍ବରୁ ସାମୁହିକ ପ୍ରଦୀପ ପ୍ରଜ୍ବଳନ ଓ ସି. ଏଚ. ଗୋବିନ୍ଦ ପ୍ରଧାନ ଅତିଥି ପରିଚୟ ସହିତ ମଞ୍ଚାସିନ ବ୍ୟକ୍ତିମାନଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରାରମ୍ବିକ/ଅନ୍ତିମ ସଙ୍ଗୀତ ରେଣୁପ୍ରଭା ନାହାକ ଗାନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କୀର୍ତ୍ତି ଭାସନ. ଭି (ମୁଖ୍ୟ ଅତିଥି ), ରମ୍ଭା ବି. ସି. ସି. ବ୍ୟାଙ୍କ ଶାଖା ପରିଚାଳକ ଏମ. ଜଗବନ୍ଧୁ ଦୋରା( ମୁଖ୍ୟ ବକ୍ତା ),ଧୀନା ଡ଼ି. ଆଇ. ଏ.ଏସ., ଏ. ଆର. ସି. ଏସ. ସୁଶ୍ରୀ ଯୋଗମlୟl ସାବତ, ଗଞ୍ଜାମ ବି. ଡ଼ି. ଓ ଜସ୍ମିନ ପ୍ରଧାନ, ଏରିଆ ଅଫିସର କାହ୍ନୁ ଚରଣ ଡାକୁଆ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ବିଜୟ ଚନ୍ଦ୍ର ବିଶ୍ୱାଳ, ସମିତି ସଭ୍ୟ ହଜାରୀ ରାମ ବେହେରା, ମନୋଜ କୁମାର ବେହେରା ସରପଞ୍ଚ, ଏସ. ଆର. ସି. ଏସ. ସୁକାନ୍ତ କୁମାର ପାଢ଼ୀ ପମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ମହିଳା ଭାଗ ଚାଷୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ବକ୍ତା କମରସିଆଲ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ, ସମିତିର ଜାଗା ଅଛି ତାହା ହେଲେ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ବ୍ୟାଙ୍କରୁ 25 ଲକ୍ଷ ଟଙ୍କା ଉଠାଣ କରିବାପାଇଁ ଅନୁଦାନ ଦିଆଯାଉଛି l ପଞ୍ଜବ ରାଜ୍ୟର ହୋସିଆର ପୁର ଲମ୍ବ୍ରl କାଙ୍ଗିରି ଗ୍ରାମରେ ମହିଳାମାନେ ନିମ୍ନ ସ୍ତର ଠାରୁ ସଂଗଠନକୁ ମଜବୁତ କରିବା ସହ ପର୍ଯ୍ୟାୟକ୍ରମେ ପାଣ୍ଠି ସଂଗ୍ରହ ବୃଦ୍ଧି କରି ଉଦାହରଣ ସୃଷ୍ଟି କରିଥିବା ସୁଶ୍ରୀ ଯୋଗମାୟା ସାବତ କେତେଗୋଟି ପ୍ରସ୍ତାବ ଉପସ୍ଥାପନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୁଦାମ ଗୌଡ଼, ଜୟଦେବ ଦାସ, ହୃଷିକେଶ ଦାସ, ହରପ୍ରସାଦ ପଲେଇ, ଧର୍ମେନ୍ଦ୍ର ଦାସ, ପ୍ରକାଶ ତରେଇ ପ୍ରମୁଖ ସମ୍ପାଦକ ମାନେ ଓ ମଧୁରଚୁଆର ଇନ୍ଦୁମତୀ ନାହାକ ଉପସ୍ଥିତ ରହିଥିଲେ l କାଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ସଂଯୋଜକ ଉପେନ୍ଦ୍ର ନାହାକ ରହିଥିବା ବେଳେ କୃଷ୍ଣ ଚନ୍ଦ୍ର ନାହାକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ଶେଷରେ ବିଭାଗୀୟ ବ୍ୟାଙ୍କର କର୍ମରତ କର୍ମଚାରୀ ଉପସ୍ଥିତ ରହିଥିଲେ l
