ତାଳଚେର ତା ୨୬/୦୩ ଏନଟିପିସି ଶକ୍ତି ଉତ୍ପାଦନ ସହିତ ସର୍ବଦା ସାମାଜିକ ଉନ୍ନୟନ କଳ୍ପେ କାର୍ଯ୍ୟ କରି ଆସୁଛି । ଏନଟିପିସି/ଟିଟିପିଏସ୍ ଏହି ସ୍ରୋତରେ ଆଉଏକ ପାଦ ଅଗ୍ରସର ହୋଇ ପାରିପାଶ୍ୱର୍କ ଗ୍ରାମାଚଂଳ ଯୁବକମାନଙ୍କୁ କ୍ରୀଡ଼ା ଦିଗରେ ଦିଗଦର୍ଶନ ଦେଇ ଏହିକ୍ରମରେ ନିକଟରେ ଗ୍ରାମଚଂଳ ଭଲିବଲ ଟୁର୍ଣ୍ଣାମେଂଟ୍ ୧୪ରୁ ୧୭ବର୍ଷ ପିଲାମାନଙ୍କୁ ନେଇ ତାଳଚେର ବ୍ଳକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ୫୦ରୁ ଉର୍ଦ୍ଧ୍ୱ ପିଲାଙ୍କର ଦକ୍ଷତା ଏହି କ୍ୟାମ୍ପରେ ପରିଲକ୍ଷିତ ହୋଇଥିଲା, ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ଭଲିବଲ କୋଚ୍ କଲିକତାର କରମ ଅଲ୍ଲୀଖାନ, ଯିଏକି ୧୫ବର୍ଷର ଅନୁଭବି, ୨ସପ୍ତାହର କୋଚିଙ୍ଗରେ ଦକ୍ଷ ଖେଳାଳି ଚୟନ କରିଥିଲେ । ଏହି ଚୟନ ପ୍ରକ୍ରିୟାପରେ ଅନୁଗୋଳ ଜିଲ୍ଳା ଭଲିବଲ ଚୟନ ପ୍ରକ୍ରିୟାରେ ୧୭ ବର୍ଷରୁ କମ ଖେଳାଳି ବର୍ଗରେ ୧୨ଜଣରୁ ୬ଜଣ ଏବଂ ୧୪ବର୍ଷରୁ କମ ଖେଳାଳି ବର୍ଗରେ ୧୨ରୁ ୮ଜଣ ଆଗାମୀ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଂଟ ଯାହା ଆସନ୍ତା ୨୬ତାରିଖରୁ ପୁରୀରେ ଅନୁଷ୍ଠିତ ହେବ, ସେଥିରେ ଭାଗନେବାକୁ ସିଲେକସନ୍ ହୋଇଛନ୍ତି । ଏଥିସହ ଏନଟିପିସି / ଟିଟିପିଏସ୍ ଆଗାମୀ ଦିନରେ ଅନୁଗୋଳ ଜିଲ୍ଳା ଓ ରାଜ୍ୟ ପାଇଁ ଏହି ଖେଲାଳିମାନେ କିପରି ଗୌରବ ଆଣିବେ ତାର ଶୁଭକାମନା କରୁଛିନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି ।
