Odisha news

ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ବିଳମ୍ବକୁ ନେଇ ଆଲୋଚନା

0
ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକ ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ବାରମ୍ବାର ଦାବି ପରେ ୨୦୧୫ ମସିହାରେ ଏହି ସଦକକୁ ଜାତୀୟ ରାଜପଥ ଘୋଷଣା ପାଇଁ ବିଭିନ୍ନ ସର୍ଭେ କରାଯାଇ ଡିପିଆର ପର୍ଯ୍ୟନ୍ତ କାର୍ଯ୍ୟ ଅଗ୍ରଗତି ହୋଇଯାଇଥିଲା। କିନ୍ତୁ ପରେ ସବୁ ଠପ ହୋଇଗଲା। ଏବେ ଏହି ଜାତୀୟ ରାଜପଥ ମାନ୍ୟତା କାର୍ଯ୍ୟକ୍ରମ ରାଜନୀତିର ପଶାପାଲି ର ମୋହରା ପାଲଟିଛି। ଚିଠି ଉପରେ ଚିଠି ଯାଉଛି କିନ୍ତୁ କିଛି ଦିନ ତଳେ ବିଜେପି ବରିଷ୍ଠ ପ୍ରବକ୍ତା ତଥା ନେତା ସମ୍ବିତ ପାତ୍ର ଙ୍କ ଚିଠିର ଉତ୍ତରରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ରାସ୍ତାର ପୁନର୍ବାର ସର୍ଭେ କରିବାକୁ ଉତ୍ତର ଲେଖିଛନ୍ତି। ତେଣୁ ଏହି ସମ୍ବନ୍ଧରେ  ପୁନର୍ବାର ଦାବି ରଖିବାକୁ ନିରାକାରପୁର ରାମଦୟା ପରିଷଦ ସଭ୍ୟ ମାନେ କଣାସ ଅଞ୍ଚଳକୁ ସମ୍ବିତ ପାତ୍ର ଗ୍ରସ୍ତରେ ଆସିଥିବା ବେଳେ ଦେଖା ହୋଇ ଅଭିଯୋଗ କରିଛନ୍ତି। ନିକଟରେ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ବିଭାଗୀୟ ମନ୍ତ୍ରୀ ଗଡକରି ଙ୍କୁ ଦେଖା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବିଜେପି ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ଜଗଦେବ, ରାମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଓ  ଆରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply