Odisha news

ଏମସିଏଲ ଡ଼ିନାମାଇଟ୍ ବିସ୍ପୋରଣରେ ଛାତଘର ଫାଟି ଆଁ ଅଭିଯୋଗ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

0

ତାଳଚେର ତା ୧୨/୦୨ ଜଗନ୍ନାଥ ଏରିଆ ଅଧିନସ୍ଥ ଅନନ୍ତ ଖଣିରେ କୋଇଲା ଉତୋଳନ ନିମନ୍ତେ ଡ଼ିନାମାଇଟ୍ ବିସ୍ପୋରଣ କରି କୋଇଲା ଖନନ କରାଯାଇଥାଏ । ଫଳରେ ଉଚ୍ଚ ସମ୍ପର୍ଣ୍ଣ ଶକ୍ତିଶାଳୀ ଡ଼ିନାମାଇଟ୍ ବ୍ୟବହାର ଯୋଗୁଁ ସେହି ନିକଟବର୍ତୀ ଗ୍ରାମ ଗୁଡ଼ିକ ବିସ୍ପୋରଣ ସମୟରେ ମାତ୍ରାଧିକ ଧୂଳିଧୂଆଁ ସାଙ୍ଗକୁ ପ୍ରଚଣ୍ଡ ଶଦ୍ଦ ଯୋଗୁଁ ମୃଦ୍ୟୁ ଭୂମିକମ୍ପ ସଦୃଶ୍ୟ ଘର ଗୁଡ଼ିକ ଦୋହଲିବା ସହ ଏହି ଶକ୍ତିଶାଳୀ ବିସ୍ପୋରଣରେ ଫାଟି ଯାଉଛି ବୋଲି ଅଭିଯୋଗ ହେଉଛି । ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ଅନ୍ତର୍ଗତ ବିରରାମଚନ୍ଦ୍ରପୁର ନିକଟରେ ଅନନ୍ତ ଖୋଲାମୁହଁ କୋଇଲା ଖଣି ରହିଛି । ଏହି ଖଣିରେ କୁଆଡ଼େ ଭିପିପିଆର୍ ଏବଂ ବିଏଲ କମ୍ପାନୀ ପକ୍ଷରୁ ଡ଼ିନାମାଇଟି ଫୁଟାଇ କୋଇଲା ଉତୋଳନ କରାଯାଇଥାଏ । ବିରରାମଚନ୍ଦ୍ରପୁର ଗ୍ରାମଟି ଅନନ୍ତ କୋଇଲା ଖଣିର ନିକଟତର ହୋଇଥିବାରୁ ବିସ୍ପୋରଣରେ ଘର ଗୁଡ଼ିକ ଫାଟିଯାଇଥାଏ ବୋଲି ଏନେଇ ୠ୍ରାମବାସୀ ଅଭିଯୋଗ କରିଛନ୍ତି । ଏମସିଏଲ ଦ୍ୱାରା ଅଧିଗ୍ରହଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଏମସିଏଲ ପକ୍ଷରୁ ଥଇଥାନ କରିନଥିବାରୁ ସେମାନେ ତାଙ୍କ ଭିଟ୍ଟାମାଟିରେ ଆତଙ୍କିତ ଅବସ୍ଥାରେ ପଡ଼ି ରହିଛନ୍ତି ଏବଂ ଘର ଗୁଡ଼ିକର ଏମସିଏଲ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବର୍ତମାନ ସୁଦ୍ଧା କ୍ଷତିପୂରଣ ଦିଆଯାଇ ନଥିବାରୁ ସେମାନେ ଭିଟ୍ଟାମାଟି ଛାଡ଼ି ଅନ୍ୟତ୍ର ନାହାନ୍ତି ଯାଇ ବୋଲି ଗ୍ରାମବାସୀମାନେ ଏହା ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସେ ଜିଲ୍ଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଏମସିଏଲ କର୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉ ନାହାନ୍ତି ।

Nalco
Leave A Reply