Odisha news

ବାଳିକାକୁ ଦୁଷ୍କର୍ମ କରି ଫଟୋ ଭାଇରାଲ୍ ପଡ଼ିଲା ମହଙ୍ଗା

0

ତାଳଚେର ତା ୨୮/୧୧ ତାଳଚେର ସଦର ଥାନା ଅନ୍ତର୍ଗତ ରେମୁଁଆ ଅଂଚଳରେ ଜଣେ ଯୁବତୀଙ୍କୁ ପ୍ରାୟ ୫ରୁ ଉର୍ଦ୍ଧ୍ୱ ଯୁବକ କୌଶଳକ୍ରମେ ଯୁବତୀଙ୍କୁ ଡ଼ାକିଆଣି ଏକ ନିଛାଟିଆ ଅଂଚଳରେ ଜଣକପରେ ଜଣେ ଗଣଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ଫଟୋ ଅପଲୋର୍ଡ଼ କରି ଭାଇରାଲ କରିବା ଘଟଣା ତାଳଚେରରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି । ଘଟଣାରୁ ପ୍ରକାଶ, ଦେଉଳବେଡ଼ା ଅଂଚଳର ପ୍ରାୟ ୫ରୁ ଉର୍ଦ୍ଧ୍ୱ ଯୁବକ ସେହି ଅଂଚଳର ଜୈନିକା ଯୁବତୀଙ୍କୁ ବିଭିନ୍ନ ବାହାନା ଓ ପ୍ରଲୋଭନ ଦେଖାଇ ରେମୁଁଆ ଅଂଚଳର ଏକ ନିର୍ଜନଆ ସ୍ଥାନକୁ ନେଇଆସିଥିଲେ । ଏବଂ ଏହାର ସୁଯୋଗ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରି ତାର ଫଟୋ ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଭାଇରାଲ କରିଥିଲେ । ପୋଲିସ୍ ସୋସିଆଲ ମିଡ଼ିଆରୁ ଜାଣିପାରି ୩ରୁ ୪ଜଣ ଯୁବକଙ୍କୁ ଥାନରେ ଅଟକ ରଖି ପଚାରାଉଚରା କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଯୁବକମାନେ ଫେରାର୍ ଥିବା କୁହାଯାଉଛି । ତେବେ ଏହି ଘଟଣାର କେବେ ପର୍ଦ୍ଦାଫାଶ ହେବ ତାହା କେବଳ ଦେଖିବାକୁ ବାକି ରହିଛି ।

Govt
Leave A Reply