Odisha news

ତାଳଚେର ହିଙ୍ଗୁଳା ମନ୍ଦିରର ଆୟବ୍ୟୟ ସାର୍ବଜନୀନ କରାଯାଉ

0

ତାଳଚେର ତା ୧୫/୧୧ ତାଳଚେରର ଗୋପାଳ ପ୍ରସାଦ ଠାରେ ଅଧିଷ୍ଠାତ୍ରୀ ଅଗ୍ନିରୂପା ମା’ହିଙ୍ଗୁଳା କେଉଁ ଆବାହମାନ କାଳରୁ ପୂଜା ପାଇଁ ଆସୁଛନ୍ତି । ଗତ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ମା’ହିଙ୍ଗୁଳା ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି । ଯାହାକି ତାଳଚେର ଉପଜିଲ୍ଳାପାଳ ବିଗତ ବର୍ଷରୁ ଏହାର ଚେୟାରମ୍ୟାନ ରହି ଆସୁଛନ୍ତି । ଟ୍ରଷ୍ଟବୋର୍ଡ଼ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ, ମୁଖ୍ୟଶାଳ, ଲାଇବ୍ରେରୀ, ଅତିଥିଗୃହ । ଯାତ୍ରିପାର୍କ ସ୍ଥଳୀ, ଉଦ୍ୟାନ ଆଦି ସ୍ଥାପନ ନିମନ୍ତେ ୧୨୮କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ ।

ବିଗତ ବର୍ଷରୁ ଉର୍ଦ୍ଧ୍ୱ ହେବ ଟ୍ରଷ୍ଟବୋର୍ଡ଼ ଅନୁଯାୟୀ କେନ୍ଦ୍ର ସରକାର, କୋଇଲା ଖଣି, କୋଇା ଖଣି କର୍ମଚାରୀ ଓ ବେସରକାରୀ ମାଧ୍ୟମରୁ ଅର୍ଥ ଅନୁଦାନ ଦିଆଯାଲିଛି । ଏହା ସହିତ ଅନେକ ଭକ୍ତ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ବହୁ ଅର୍ଥ ପ୍ରଦାନ କରିଥାନ୍ତି । ଦୀର୍ଘ ଦିନହେବ ଟ୍ରଷ୍ଟବୋର୍ଡ଼ ଗଠନ କରାଯାଇଥିଲେ ହେଁ ପଞ୍ଜିକୃତ ନହେବା, ପ୍ୟାନକାର୍ଡ଼ ନଥିବା ଆଦି ଆବଶକୀୟ ଦସ୍ତାବିଜ୍ ମଧ୍ୟ ପ୍ରସ୍ତୁତ କରାଯାଇ ନାହିଁ । ଅନେକ ଦିନ ହେବ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । କେତେ ଟଙ୍କା ଅନୁଦାନ ଆସିଲା, କେତେ ଟଙ୍କା ଖର୍ଚ୍ଚ ହେଲା ଟ୍ରଷ୍ଟବୋର୍ଡ଼ର ପ୍ରତ୍ୟେକ ସଭ୍ୟ ତଥା ଲୋକପ୍ରତିନିଧି ଏବଂ ଜନସାଧରଣ ଜାଣିବା ଆବଶ୍ୟକ ରହିଛି । ପ୍ରତିବର୍ଷ ମଧ୍ୟ ଏକ ମାଗାଜିନ୍ ଛପା ଯାଇଛି, ଯେଉଁଥିରେ ଆୟବ୍ୟୟର ବିବରଣୀ ସ୍ଥାନ ପାଇଲେ ଜନସାଧାରଣ ସଠିକ୍ ତଥ୍ୟ ପାଇପାରନ୍ତେ ।

ଏକ ଟ୍ରଷ୍ଟବୋର୍ଡ଼ ଆଇନ୍‌ଅନୁଯାୟୀ କାର୍ଯ୍ୟ ନକରିବା, ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରିବା, ମୋଟାଅଙ୍କର ଅନୁଦାନ କେଉଁ କେଉଁ ବାଦରେ ଖର୍ଚ୍ଚ ହେଲା ତାହାର ହିସାବ ଦେବା ଆଦି କାର୍ଯ୍ୟମାନ ତାଳଚେରବାସୀଙ୍କୁ ସନ୍ଦେହ ଘେରକୁ ଟାଣୁଛି । ତେଣୁ ଏହାକୁ ନେଇ ପ୍ରୋଜେକ୍ଟ ଫୋର୍ ରୁରା ରେକନକନଷ୍ଟ୍ରକସନ୍‌୍ ଆଂଟିପଲ୍ୟୁସନ୍ ତାଳଚେର ସଂଘ ପକ୍ଷରୁ ଆଜି ଉପଜିଲ୍ଳାପଳଙ୍କ ଜରିଆରେ ରାଜ୍ୟଦେବୋତୋର କମିଶନରଙ୍କୁ ପତ୍ର ମାଧ୍ୟମରେ ହିଙ୍ଗୁଳା ମନ୍ଦିରର ପରିଚାଳନା ଭାର ଓଡ଼ିଶା ସରକାରଙ୍କର ଦେବତୋର ବିଭାଗ ନେବାକୁ ଦାବି ଜଣାଇଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ସଂଘର ଜ୍ୟୋର୍ତିମୟୀ ସାହୁ ଓ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply