ତାଳଚେର ତା ୧୫/୧୧ ତାଳଚେର ପୌରପରିଷଦ ଅଂଚଳଟି ଏବେ ଯେଉଁଆଡ଼େ ଚାହିଁଲେ ରାସ୍ତାଘାଟ ଠାରୁ ଆରମ୍ଭକରି ସାହି, ଗଳିକନ୍ଦି ଏବଂ ସହରର ପ୍ରାୟ ଡ଼୍ରେନ ଗୁଡ଼ିକରେ ଅଳିଆ ଆବର୍ଜନାରେ ଭର୍ତି । ସରକାର ସ୍ୱଚ୍ଛତାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱଚ୍ଛତାର ସୁଧାର ଆସୁନଥିବା ବସ୍ତିବାସୀନ୍ଦାଙ୍କ ନିକଟରୁ ଏହା ଶୁଣିବାକୁ ମିଳେ! ତେବେ ଏପରି ଆବର୍ଜନ ପଡ଼ିରହିବା ଦ୍ୱାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଆବର୍ଜନା ଯୋଗୁଁ ମଂଶାଙ୍କ ବଂଶ ଓ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତାଳଚେର ପୌରାଚଂଳରେ ସନ୍ଧ୍ୟା ହେବାମାତ୍ରେ କୌଣସି ସ୍ଥାନରେ ବସିବା ସମ୍ଭବପର ହେଉନାହିଁ, ମଶାଙ୍କ ଏଭଳି ଉତ୍ପାତ ଗୋଟିଏ ସ୍ଥାନରେ ବସିବା କଷ୍ଟକର ହୋଇପଡୁଛି । ପୌରପରିଷଦ ପକ୍ଷରୁ ମଶାଧୂଆଁ, ମଶାତେଲ କିମ୍ବା ବ୍ଲିଚିଙ୍ଗ ପକାଯାଉନଥିବା ଏକ ଦୁର୍ଭଗ୍ୟଜନକ ବିଷୟ ହୋଇଛି । ଏହାକୁ ନେଇ ଅଂଚଳବାସୀ କ୍ଷୁବ୍ଧ ହେବାସହ ଯଦି, ସହରର ସମସ୍ତ ଡ଼୍ରେନ ଗୁଡ଼ିକ ନିୟମିତଭାବେ ସଫା କରାଯାଇ ସପ୍ତାହକୁ ଦୁଇ ତିନିଥର ଡ଼୍ରେନରେ ମଶାତେଲ, ସହରରେ ମଶାଧୂଆଁ ବୁଲାଇବା ଏବଂ ବ୍ଲିଚିଙ୍ଗ ପାଉଡ଼ର ସିଂଚନ କରାଯାଆନ୍ତା ତେବେ ୱାର୍ଡ଼ବାସୀ ଏକ ସୁସ୍ଥ ପରିବେଶ ଅନୁଭବ କରିବା ସହ କିଛି ମାତ୍ରାରେ ମଶାଙ୍କ ଦାଉରୁ ରକ୍ଷା ମିଳିବ ବୋଲି ପୌରାଚଂଳବାସୀ ଏହା ପ୍ରକାଶ କରିଛନ୍ତି ।
