Odisha news

୧୨ଘଂଟିଆ ଅର୍ଥ ନୈତିକ ଅବରୋଧ : ନାଲକୋକୁ କୋଇଲା ଚାଲାଣ ଠପ୍‌

0

ତାଳଚେର ତା ୧୮/୧୦ ନାଲକୋ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତିକୁ ଓ ସିଏସଆର ଅର୍ଥରୁ ପାରିପାଶ୍ୱର୍କ ଉନ୍ନୟନକୁ ନେଇ ଟାଳଟୁଳି ନିତି ଅବଲମ୍ବନ କରୁଥିବାରୁ ତାଳଚେର ବ୍ଲକ କର୍ଣ୍ଣପୁର ନାଲକୋ ଲେବଲକ୍ରସିଂ ଠାରେ ନାଲକୋ ସ୍ପନସର୍ ଆଇଟିଆଇ (ଏଲ.ଏ.ଟି) ୧୯୮ଜଣ କ୍ଷତିଗ୍ରସ୍ତ ପ୍ରଜାସଂଘ ଡ଼ାକରାରେ ଆଜି ଶାନ୍ତିପୂର୍ଣ୍ଣ ଅର୍ଥ ନୈତିକ ଅବରୋଧ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ଘଟିକା କରାଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ସିଏସଆର ଅର୍ଥରୁ ପାରିପାଶ୍ୱର୍କ ଉନ୍ନୟନ ଦାବିରେ ପୂର୍ବ ନିଷ୍ପତିକ୍ରମେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗପାଳ ପବିତ୍ର ଭୂତିଆ, କାଉନସିଲର ଆସିଫ ଖାନ, ଜିଲ୍ଳାପରିଷଦ ସଦସ୍ୟା ସତ୍ୟଭାମା ପ୍ରଧାନ, ସୁନିଲ ଗଡ଼ନାୟକ, କାଳନ୍ଦୀ ସାମଲ, ଲିକୁ ରଥ, ସୁବ୍ରତ ନାଏକ, ବିନୋଦ ବେହେରା, ଟିଟୁ ସାହୁ, ଚିତେନ୍ଦ୍ର ପ୍ରଧାନ, ବିଭୂତି ସାହୁ, ସୁମନ୍ତ ସାହୁ, ଆଗରକାଲ୍ ପ୍ରଧାନ, ରଶ୍ମିରଞ୍ଜନ ସାହୁ, ସନ୍ତୋଷ ସାହୁ, ବିନୋଦ ଲାଲ, କର୍ଣ୍ଣପୁର ସରପଂଚ ପାର୍ଥ ପ୍ରଧାନ ଓ ବିଜେଡ଼ି ଯୁବନେତା ଗଦାଧର ସାହୁଙ୍କ ନେତୃତ୍ୱରେ ତାଳଚେରରୁ କର୍ଣ୍ଣପୁର ପାଶ୍ୱର୍ଦେଇ ଯାଇଥିବା ନାଲକୋ ରେଳଧାରଣା ଉପରେ ୧୨ଘଂଟିଆ ଅର୍ଥ ନୈତିକ ଅବରୋଧ କରାଯାଇଥିଲା । ଫଳରେ ନାଲକୋକୁ ଟ୍ରେନ୍ ଯୋଗେ କୋଇଲା ପରିବହନ ଠପ୍ ହୋଇ ଯାଇଥିଲା ।

Nalco
Leave A Reply