ସିମୁଳିଆ-୧୮/୧୦: ସର୍ବଭାରତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଅଧିକ ନମ୍ବର ରଖି ବାଲେଶ୍ୱର ଜିଲ୍ଲା ପାଇଁ ଗୈରବ ଆଣିଦେଇଛନ୍ତି ସ୍ୱାଧୀନ । ଏଥର ପାଇଁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଥିବାବେଳେ ସ୍ଥାନୀୟ ବିଧାୟକ ତାଙ୍କ ବାସଭବନକୁ ଯାଇ ସଂବର୍ଦ୍ଧିତ କରିଥିବାର ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତର କରଗଡିଆ ଗ୍ରାମର ରବିନାରାୟଣ ପଣ୍ଡା ଓ ସୈାଦାମିନୀ ପଣ୍ଡାଙ୍କ ପୁଅ ସ୍ୱାଧୀନ ସନ୍ଦୀପ ପଣ୍ଡା ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚୁରାଲ ରିସର୍ଚ୍ଚ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୯୬ଶତକଡା ନମ୍ବର ରଖି ଟପ୍ପର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତାରେ ଶୁଭେଛାର ସୁଅ ଛୁଟିଥିବାବେଳେ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶ୍ରୀ ପଣ୍ଡାଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିବା ସହ ମିଠା ଖୁଆଇ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ । ସେହିପରି ୪୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ସ୍ୱାଧୀନଙ୍କ ଘରକୁ ଯାଇ ଉତ୍ତରୀୟ ଓ ଫୁଲତୋଡା ଦେଇଥିଲେ । ଭବିଷ୍ୟତରେ ସ୍ୱାଧୀନ ପ୍ରଶାସନିକ ସେବା ଅଧିକାରୀ ଓ କୃଷି ବୈ÷ଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ସୁବିଧା ସୁଯୋଗ ମିଳିଲେ ସେଥିପ୍ରତି ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ବାପା ମା ଓ ଓ ଗୁରୁମାନଙ୍କୁ ଦେଇଛନ୍ତି ।
