Odisha news

ଟାଟା ଗ୍ରୁପ୍ ର ପୂର୍ବତନ ଚେୟାରମେନ ସାଇରସ ମିସ୍ତ୍ରୀ ଙ୍କର ସଡ଼କ ଦୁର୍ଘଟଣାରେ ନିଧନ : ଆସନ୍ତୁ ଜାଣିବା ତାଙ୍କ ପୁରା ବିବରଣୀ

0

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ କଥା କହିଲେ ସାରା ବିଶ୍ୱରେ ସମସ୍ତେ ଜାଣନ୍ତି । ଉଦ୍ୟୋଗ କ୍ଷେତ୍ରରେ ଟାଟା ର ଅବଦାନ ଖୁବ୍ ବେଶୀ । ସେହିଭଳି ଟାଟା ପାଇଁ ସାଇରସ ମିସ୍ତ୍ରୀ ଙ୍କ ଅବଦାନ ମଧ୍ୟ ଖୁବ୍ ବେଶି । ସାଇରସ ମିସ୍ତ୍ରୀ ଜଣେ କୋଟିପତି ପରିବାରର ସଦସ୍ୟ ସହିତ ଜଣେ ଜଣାଶୁଣା ଉଦ୍ୟୋଗପତି ଅଟନ୍ତି। ସାପୂରଜି ପାଲୋନଜି ଗ୍ରୁପ୍ ର ବ୍ୟବସାୟ ମଧ୍ୟ ସାରା ଦୁନିଆରେ ବିଦିତ। ତାଙ୍କର କନ୍ଷ୍ଟ୍ରକ୍ସନ୍, ଇଞ୍ଜିନିୟରିଂ , ରିଅଲି ଇଷ୍ଟେଟ ସହିତ ଅନେକ ବ୍ୟବସାୟ ସାରା ବିଶ୍ବରେ ବ୍ୟାପିଛି । ସାପୁରଜି ପଲୋନଜି ଗ୍ରୁପ୍ ର ବ୍ୟବସାୟ ମଧ୍ୟ ସାରା ବିଶ୍ୱରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ପାଖାପାଖି ୫୦ଟି ଦେଶରେ ଏହି ବ୍ୟବସାୟ ପରିବ୍ୟାପ୍ତ । ସାଇ ରସ ମିସ୍ତ୍ରୀ ଟାଟା ଗ୍ରୁପ୍ ର ମୁଖ୍ୟ ରତନ ଟାଟା ଙ୍କ ସମ୍ପର୍କୀୟ ମଧ୍ୟ ଅଟନ୍ତି । ତାଙ୍କର ଗୋଟିଏ ଭଉଣୀଙ୍କ ବିବାହ ରତନ ଟାଟା ଙ୍କ ଭାଇ ନୋଏଲ ଟାଟା ଙ୍କ ସହିତ ମଧ୍ୟ ହୋଇଛି ।

ସେପ୍ଟେମ୍ବର ୨୦୧୨ ରେ ରତନ ଟାଟା , ଟାଟା ସନସ୍ ର ଚେୟାରମେନ ପଦବୀ ରୁ ରିତୟାର୍ମେଣ୍ଟ ନେଇଥିଲେ । ଏହାପରେ ସାଇରସ୍ ମିସ୍ତ୍ରୀ ଙ୍କୁ ଟାଟା ସନ୍ସ ର ଚେୟାରମେନ ପଦବୀ ରେ ନିୟୋଜିତ କରାଯାଇ ଥିଲା । ମିସ୍ତ୍ରୀ ଟାଟା କମ୍ପାନୀ ର ସବୁଠୁ କମ ବୟସ ର ଚେୟାର ମେନ୍ ଥିଲେ । ମିସ୍ତ୍ରୀ ଙ୍କ ପରିବାରର ଟାଟା ଗ୍ରୁପ୍ ରେ ୧୮. ୦୪ ପ୍ରତିଶତ ଭାଗିଦାରୀ ଥିଲା । ମିସ୍ତ୍ରୀ ପରିବାର ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାର ୧୪୩ ସ୍ଥାନ ଗ୍ରହଣ କରିଛନ୍ତି ।

ସାଇରସ୍ ମିସ୍ତ୍ରୀ ଙ୍କ ପିତା ପାଲୋନଜି ମିସ୍ତ୍ରୀ ୧୯୨୯ ରେ ଗୋଟିଏ ପାର୍ସୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ଶିକ୍ଷା ମୁମ୍ବାଇ ର କେଥଦ୍ରଲ ଓ ଜନ କେନନ୍ ସ୍କୁଲ ରେ ସମାପ୍ତ କରିଥିଲେ । ଏହାପରେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ସେ ନିଜର କ୍ୟାରିଅର ପାରିବାରିକ ବ୍ୟବସାୟ ରୁ ଆରମ୍ଭ କରିଥିଲେ । ପାଲୋନଜି ମିସ୍ତ୍ରୀ ଜଣେ ଆଇରିସ ମହିଳାଙ୍କୁ ବିବାହ କରିବା ପରେ ଆୟରଲ୍ୟାଣ୍ଡ ର ନାଗରିକତ୍ବ ଗ୍ରହଣ କରିଥିଲେ । କିନ୍ତୁ ସେ ଅଧିକ ରୁ ଅଧିକ ସମୟ ମୁମ୍ବାଇ ରେ ଅତିବାହିତ କରୁଥିଲେ । ୨୦୧୬ ରେ ପାଲୋ ନଜି ମିସ୍ତ୍ରୀ ଙ୍କୁ ଉଦ୍ୟୋଗ କ୍ଷେତ୍ରରେ ବିକାଶ ପାଇଁ ପଦ୍ମ ଭୂଷଣ ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା ସାଇରସ୍ ଙ୍କୁ ଛାଡ଼ିଲେ ଆଉ ତାଙ୍କର ୨ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି ।

କିନ୍ତୁ ଆଜି ସେହି ଉଦିୟମାନ୍ ବ୍ୟବସାୟୀ ଆଉ ନାହାନ୍ତି । ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ତାଙ୍କର ନିଧନ ହୋଇଛି । ସାଇରସ୍ ମିସ୍ତ୍ରୀ ନିଜର ମର୍ଶିଦିଜ୍ କାର୍ ଯୋଗେ ଗୁଜୁରାଟ ରୁ ମୁମ୍ବାଇ ଫେରୁଥିବା ସମୟରେ ଅହମଦାବାଦ ର ରାଷ୍ଟ୍ରୀୟ ରାଜମାର୍ଗ ରେ ସୂର୍ଯ୍ୟ ନଦୀ ର ପୋଲ ନିକଟରେ ଦୁର୍ଘଟଣା ରେ ମୃତ୍ୟୁ ବରଣ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କର ବୟସ ୫୪ ବର୍ଷ ହୋଇଥିଲା

Nalco
Leave A Reply