Odisha news

ଗୁରୁଦିବସରେ ୯ ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ

0
ବୁଗୁଡ଼ା : ତା ୦୫/୦୯/୨୨ : ବୁଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ସମାରୋହରେ ୯ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ସ୍ଥାନୀୟ ଶିକ୍ଷକ ଭବନ ଠାରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ମୁଖ୍ୟବକ୍ତା ଭାବେ ବିଇଓ ପ୍ରସନ୍ନ କୁମାର ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି , ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ସମେତ କେ. ତ୍ରିଲୋଚନ ଦୋରା, ନୀଳ ମାଧବ ଆଚାରୀ , ସୁଧାଂଶୁ ଶେଖର ପାଢ଼ୀ, ମଦନ ଗୋପାଳ ଦୋରା ପ୍ରମୁଖ
ଯୋଗ ଦେଇଥିଲେ । ଏ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ରାଜ କିଶୋର ଦାଶ, ରବୀନ୍ଦ୍ର ନାଥ ଷଢଙ୍ଗୀ, ପଦ୍ମ ଲୋଚନ ଗୌଡ଼, ଲକ୍ଷ୍ମଣ ଜେନା,ପ୍ରଭାକର ଦାଶ, ସଂଗ୍ରାମ କେଶରୀ ସାହୁ, ଜଗନ୍ନାଥ ମିଶ୍ର, ପ୍ରତିମା ପଣ୍ଡା ଓ ଭିକାରି ଚରଣ ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ,ନଗେନ୍ଦ୍ର ନାଥ ଷଢଙ୍ଗୀ ଅତିଥି ପରିଚୟ ଓ ଜୟନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
Nalco
Leave A Reply