Odisha news

ଭାରତର ଧର୍ମ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ସ୍ଥାପନା କରିଥିଲେ ସ୍ୱାମୀ ବିବେକାନନ୍ଦ

0

ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜାନୁଆରୀ ୧୨ ତାରିଖ ୧୮୬୩ ରେ ପଶ୍ଚିମବଙ୍ଗର କଲିକତା ରେ ହୋଇଥିଲା l ତାଙ୍କ ପିତାଙ୍କ ନାଁ ଥିଲା ବିଶ୍ୱନାଥ ଦତ୍ତ l ବିବେକାନନ୍ଦଙ୍କ ସମସ୍ତେ ଛୋଟ ବେଳେ ଡାକୁ ଥିଲେ ନରେନ୍ଦ୍ର l ନରେନ୍ଦ୍ର ପିଲାଟି ଦିନରୁ ଖୁବ ବୁଦ୍ଧିମାନ ଥିଲେ ଓ ପରମାତ୍ମା ଙ୍କୁ ପାଇବାର ଇଛା ରଖିଥିଲେ l ସେ ନିଜର ଶିକ୍ଷା ସମାପ୍ତି ପରେ ରାମକୃଷ୍ଣ ପରମହଂସ ଙ୍କୁ ସାକ୍ଷାତ କରି ଥିଲେ l ରାମକୃଷ୍ଣ ମଧ୍ୟ ତାଙ୍କୁ ଦେଖୁ ଦେଖୁ ଜାଣି ଦେଇଥିଲେ ଯେ ଇଏ ହେଉଛି ସେହି ଶିଷ୍ୟ ଯାହା ପାଇଁ ସେ ଅପେକ୍ଷାରେ ରହିଥିଲେ l

ପରମହଂସ ଙ୍କ କୃପା ଅନୁସାରେ ତାଙ୍କୁ ଆତ୍ମ ସାକ୍ଷରତା ଫଳସ୍ୱରୂପ ନରେନ୍ଦ୍ର ପରମହଂସ ଙ୍କର ଶିଷ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ହୋଇଗଲେ l ସନ୍ୟାସ ନେବାପରେ ତାଙ୍କ ନାମ ବିବେକାନନ୍ଦ ହୋଇଥିଲା l ସ୍ୱାମୀ ବିବେକାନନ୍ଦ ନିଜ ଜୀବନ ନିଜ ଗୁରୁ ପରମହଂସ ଙ୍କୁ ସମର୍ପଣ କରିଥିଲେ l ଗୁରୁଦେବ ଶରୀର ତ୍ୟାଗ କରିବା ପୂର୍ବରୁ ରୋଗ ଗ୍ରସ୍ତ ହୋଇଥିବା କାରଣରୁ ସ୍ୱାମୀ ବିବେକାନନ୍ଦ ତାଙ୍କର ଖୁବ ସେବା କରିଥିଲେ l

ଗୁରୁଙ୍କ ପ୍ରତି ଅନନ୍ୟ ଭକ୍ତି ଓ ନିଷ୍ଠା କାରଣରୁ ହୁଏତ ସେ ବିଶ୍ୱରେ ପ୍ରସିଦ୍ଧି ଲାଭ କରି ପାରିଲେ l ସମଗ୍ର ବିଶ୍ୱରେ ଭାରତର ଅମୁଲ୍ୟ ଆଧ୍ୟାତ୍ମିକ ଗନ୍ତାଘର କୁ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ୨୫ ବର୍ଷ ବୟସରେ ନରେନ୍ଦ୍ର ଦତ୍ତ ଗେରୁଆ ବସ୍ତ୍ର ଧାରଣ କରି ଥିଲେ l ଏହାପରେ ସେ ପାଦରେ ସାରା ଭାରତବର୍ଷରେ ଯାତ୍ରା କରିଥିଲେ l ୧୮୯୩ ରେ ଆମେରିକାର ଶିକାଗୋ ସ୍ଥିତ ବିଶ୍ୱ ଧର୍ମ ସଭାରେ ଭାରତର ପ୍ରତିନିଧିତ୍ବ କରିଥିଲେ l ୟୁରୋପ ଓ ଆମେରିକାର ଲୋକ ସେହି ସମୟରେ ପରାଧୀନ ଭାରତୀୟ ମାନଙ୍କୁ ଖୁବ ହୀନ ଦୃଷ୍ଟିରେ ଦେଖୁଥିଲେ l ସେତେବେଳେ ଅନେକ ଧର୍ମ ଗୁରୁ ଚେଷ୍ଟା କରିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଙ୍କୁ ବକ୍ତୃତା ଦେବା ପାଇଁ ଆଦୌ ସମୟ ନାମିଳୁ l ଜଣେ ଆମେରିକୀୟ ପ୍ରଫେସରଙ୍କ କାରଣରୁ ତାଙ୍କୁ ଅଳ୍ପ କିଛି ସମୟ ମିଳିଥିଲା, କିନ୍ତୁ ସେହି ଅଳ୍ପ ସମୟ ପରେ ବକ୍ତୃତା ଦେଇ ସେ ଅନେକ ସମୟ ବକ୍ତୃତା ଦେବାପାଇଁ ପାଇଥିଲେ l

ଏହାପରେ ତାଙ୍କୁ ଆମେରିକାରେ ବିଶେଷ ସ୍ୱାଗତ କରା ଯାଇଥିଲା l ସେଠାରେ ତାଙ୍କ ଭକ୍ତ ମାନଙ୍କର ଗୋଟିଏ ବଡ ସଂଗଠନ ହୋଇ ଯାଇଥିଲା l ଏହାପରେ ସେ ଆମେରିକାରେ ୩ବର୍ଷ ରହି ଭାରତୀୟ ତତ୍ୱ ଜ୍ଞାନକୁ ବିକାଶ କରିଥିଲେ l

ବିବେକାନନ୍ଦ କହିଥିଲେ ” ଅଧ୍ୟାତ୍ମ ବିଦ୍ୟା ଓ ଦର୍ଶନ ବିନା ବିଶ୍ୱ ଅନାଥ ହୋଇଯିବ l ଏହା ବିବେକାନନ୍ଦ ଙ୍କର ଦୃଢ଼ ବିଶ୍ୱାସ ଥିଲା l ଆମେରିକାରେ ସେ ରାମକୃଷ୍ଣ ମିଶନ ର ଅନେକ ଗୁଡିଏ ଶାଖା ସ୍ଥାପନ କରିଥିଲେ l ଅନେକ ଆମେରିକୀୟ ବିଦ୍ୱାନ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ l ସର୍ବଦା ସେ ନିଜକୁ ସମସ୍ତଙ୍କ ସେବକ ବୋଲି କହୁଥିଲେ l ଭାରତର ଗୌରବକୁ ବିଦେଶରେ ସ୍ଥାପନା କରିଥିଲେ l ୪ ଜୁଲାଇ ୧୯୦୨ ରେ ଦେହ ତ୍ୟାଗ କରିଥିଲେ l

Leave A Reply