ଆଷାଢ଼ ମାସରେ ସୂର୍ଯ୍ୟ ଦେବଙ୍କ ପୂଜା ର ବିଶେଷ ମହତ୍ତ୍ଵ ରହିଛି । ଆଷାଢ଼ ମାସରେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଛି ।
*ଏହି ମାସରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ରୋଗ ନାସ ହୁଏ ଓ ଆୟୁ ବୃଦ୍ଧି ହୋଇଥାଏ । ଏହି ମାସରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଶତ୍ରୁ ମାନଙ୍କର ବିନାଶ ହୁଏ ।
* ଆଷାଢ଼ ମାସରେ ଭଗବାନ୍ ବିଷ୍ଣୁ ଙ୍କ ର ବାମନ ଅବତାରର ପୂଜା କରାଯାଇଥାଏ । ଏହି ମାସରେ ଛୋଟ ପିଲାଙ୍କୁ ବାମନ ଅବତାର ଭାବି ଭୋଜନ କରାନ୍ତୁ । ଏହି ମାସରେ ଜଳ।ଦାନ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।
* ଆଷାଢ଼ ମାସରେ ଗୁରୁଙ୍କୁ ପୂଜା କରିବା ବିଶେଷ ଫଳ ଦାୟୀ ଅଟେ । ଏହି ମାସରେ ବିଷ୍ଣୁ ଙ୍କୁ ବିଶେଷ ଆରାଧନା କରିବା ଦ୍ୱାରା ମଣିଷ ଯଶସ୍ଵି ହୋଇଥାଏ । ପରିବାରରେ କ୍ଲେଶ ରୁହେ ନାହିଁ ।
* ଏହି ମାସରେ ସୂର୍ଯ୍ୟ ଦେବଙ୍କୁ ରବିବାର ଦିନ ଜଳ ଅର୍ଘ୍ୟ ଦେଲେ ୧୦୮ ଥର ସୂର୍ଯ୍ୟ ମନ୍ତ୍ର ଜପ କରିବା ଉଚିତ୍ । ଭଗବାନ୍ ସୂର୍ଯ୍ୟ ଦେବଙ୍କ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ ।
* ସୂର୍ଯ୍ୟ ଦେବଙ୍କ ପୂଜା ତିନି ପ୍ରହର କରାଯାଇଥାଏ ।
– ସକାଳର ସୂର୍ଯ୍ୟଙ୍କୁ ପୂଜା କଲେ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।
– ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ପୂଜା କଲେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।
– ଆଉ ଅସ୍ତ ସୂର୍ଯ୍ୟକୁ ପୂଜା କଲେ ସୌଭାଗ୍ୟ ପ୍ରାପ୍ତି ହୋଇ ଜୀବନରେ ସମ୍ପନ୍ନତା ଲାଭ ହୁଏ ।

Comments are closed.