Odisha news

ପୁରୁଷ ମାନଙ୍କ ପାଇଁ ଶକ୍ତି ବର୍ଦ୍ଧକ ଅଟେ କଞ୍ଚା ରସୁଣ : ଆସନ୍ତୁ ଜାଣିବା ପୁରା ଖବର

ଯଦି ଆପଣ ଶାରିରୀକ ଦୁର୍ବଳତା ସହିତ ସଂଗ୍ରାମ କରୁଛନ୍ତି ତେବେ କଞ୍ଚା ରସୁଣ ଆପଣଙ୍କ ପାଇଁ ଖୁବ୍ ଉପଯୋଗୀ । ରସୁଣ ରେ କିଛି ଏପରି ତତ୍ତ୍ଵ ରହିଛି ଯାହା ଖାଇବାର ସ୍ଵାଦ ବଢାଇବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଆୟୁର୍ବେଦ ଚିକିତ୍ସା ଅନୁସାରେ ଯେଉଁ ପୁରୁଷ ମାନେ ଶାରିରୀକ ଦୁର୍ବଳତା ସହ ସଂଘର୍ଷ କରୁଛନ୍ତି ସେମାନେ ପ୍ରତିଦିନ ନିଜ ଖାଦ୍ୟରେ ରସୁଣ ଖାଇବା ଆବଶ୍ୟକ ।

ରସୁଣ ରେ ଭିଟାମିନ ସି , ଭିଟାମିନ ବି 6, ଫସ୍ ଫରସ୍ , ମାଙ୍ଗାନିଜ , କ୍ୟାଲସିୟମ ଶରୀର ପାଇଁ ଖୁବ୍ ଉପୋଯୋଗି । ରସୁଣ କିଛି ମାତ୍ରାରେ ରହିଛି ଥାଇମିନ , ପ୍ରୋଟିନ ଓ ପେଟୋ ଥେନିକ ଏସିଡ ରହିଛି । ଯାହା ଶରୀର ପାଇଁ ଖୁବ୍ ଆବଶ୍ୟକ ।

* ଖାଲି ପେଟରେ ରସୁଣ ଖାଇବାର ଲାଭ –
ସକାଳୁ ଖାଲି ପେଟରେ ଦୁଇ ପାଖୁଡ଼ା କଞ୍ଚା ରସୁଣ ଖାଇବା ଦ୍ବାରା କୋଲଷ୍ଟ୍ରାଲ ସ୍ତର ନିୟନ୍ତ୍ରିତ ରହିଥାଏ, ଯାହା ଦ୍ଵାରା ଉଚ୍ଚ ରକ୍ତଚାପ ରୁ ମୁକ୍ତି ମିଳେ , ଏହା ପ୍ରାକୃତିକ ରୂପରେ ରକ୍ତକୁ ପତଳା କରି କ୍ଲଟ ହେବାରୁ ରକ୍ଷା କରିଥାଏ । ଯେଉଁ ରକ୍ତ ପ୍ରବାହ ଠିକ୍ ଭାବରେ ହୁଏ ।

* ପୁରୁଷ ମାନଙ୍କ ପାଇଁ ଲାଭ ଦାୟକ –
ଆୟୁର୍ବେଦ ଅନୁସାରେ ରସୁଣ ରେ ଅଧିକ ମାତ୍ରାରେ ସେଲେନୀୟମ୍ ଓ ଭିଟାମିନ ରହିଛି । ଯେଉଁ କାରଣରୁ ଷ୍ପର୍ମ କ୍ୱାଲିଟି ବଢ଼ିଥାଏ । ପୁରୁଷ ମାନେ ଯଦି ସକାଳୁ କିମ୍ବା ରାତିରେ ଶୋଇବା ପୁର୍ବରୁ ୨ପାଖୁଡ଼ା ରସୁଣ ଖାଇବା ଦ୍ବାରା ପୁରୁଷ ମାନଙ୍କର ଯୌନ ସ୍ବାସ୍ଥ୍ୟ ସୁରକ୍ଷିତ ରହିଥାଏ । ରସୁଣ ରେ ଥିବା ଏଲିଶିନ ନାମକ ପଦାର୍ଥ ପୁରୁଷ ମାନଙ୍କର ହାର୍ମୋନ କୁ ଠିକ୍ ରଖିଥାଏ ।

* କଞ୍ଚା ରସୁଣ ବ୍ଲଡ଼ ଗ୍ଲୁକୋଜ ଲେବଲ୍ କୁ କମ୍ କରିଥାଏ । ଏହାଦ୍ବାରା ଶର୍କରା ସ୍ତର ନିୟନ୍ତ୍ରିତ ରୁହେ ଓ ମଧୁମେହ ର ବିପଦ ମଧ୍ୟ କମ୍ ହୋଇଥାଏ ।

* ରସୁଣ ସହିତ ପାଣି ପିଇ ଖାଇଲେ ସାଧାରଣ ସମସ୍ୟା ଯେପରିକି କାଶ , ଥଣ୍ଡା , ଶ୍ୱାସ ଇତ୍ୟାଦି ଠିକ୍ କରିଥାଏ ।

* ରସୁଣ ସେବନ ଦ୍ଵାରା କାର୍ଡିୟୋ ଲୋଜି ଅସୁବିଧା ହୋଇ ନଥାଏ । ରସୁଣ ରେ ଏପରି ତତ୍ତ୍ଵ ରହିଛି ଯାହା ଦୀର୍ଘାୟୁ କରିବା ସହିତ ଶକ୍ତି ଯୋଗାଇ ଥାଏ ।

Nalco

Comments are closed.