ଆବଶ୍ୟକ ସାମଗ୍ରୀ :୩ ଲିଟର ଦେଶୀ ଗୋ ମୂତ୍ର ,ଲିମ୍ବ ପତ୍ର ୨ କିଗ୍ରା ୨୫0 ଗ୍ରାମ ,ଆତ/କରଞ୍ଜ/ବେଗୁନିଆ (ଯାହା ମିଳିବ )ଏକ ମାଟି ବା ପ୍ଲାଷ୍ଟିକ ପାତ୍ର ଗୋଳାଇବା ପାଇଁ କଥା ବାଡ଼ି l
ପ୍ରସ୍ତୁତି ପ୍ରଣାଳୀ :ସମସ୍ତ ପତ୍ର ଗୁଡିକୁ ବାଟି ବା ଛେଚିଉକ୍ତ ଗୋ ମୁତ୍ର ରେ ମିଶାଇ ଦିଅନ୍ତୁ l ଏହି ମିଶ୍ରଣକୁ ଛାଇ ଜାଗା ରେ ୫ଦିନ ରଖିବାକୁ ଦିଅନ୍ତୁ ଏବଂ ପ୍ରତିଦିନ କଠ ବାଡ଼ିରେ ଘାଣ୍ଟନ୍ତୁ ,କିଛି ମାତ୍ରାରେ ପାଣି ମିଶାଇ ପାରନ୍ତି l ତାପରେ ଢାଙ୍କୁଣୀ ଘୋଡାଇ ରଖନ୍ତୁ ୫ଦିନ ପରେ ସେହି ମିଶ୍ରଣ କୁ ଛାଣି ସେଥିରେ ୩0ଗୁଣ ପାଣି ଦେଇ ସ୍ପ୍ରେୟର ରେ ସିଂଚନ କରନ୍ତୁ l ମାନେ ରଖନ୍ତୁ ,ଅପରାହ୍ନ ୫ ଟା ପରେ ପ୍ରୟୋଗ କରିବେ l ଏହା ଏକ ଭରସା ଯୋଗ୍ୟ ଉପାୟ ,କେତେକ ଅଞ୍ଚଳ ରେ ଦେଶୀ ଗୋବର ସହିତ ନିମ୍ ପତ୍ର ମିଶାଇ ଘଷି ତିଆରି କରି ସେହି ଧୂଆଁ ଦ୍ୱାରା ପଙ୍ଗପାଳ ମାନଙ୍କୁ ଘଉଡା ଯାଉଛି l ତଥା ସେହି ପାଉଁଶ କୁ ଫସଲ ରେ ପ୍ରୟୋଗ କରାଯାଏ l ଏହି ପାଉଁଶ ସାର ଭାବରେ କାର୍ଯ୍ୟ କରିଥାଏ l
ଆଲେଖ୍ୟ:କିଶୋର ଚନ୍ଦ୍ର ପଣ୍ଡା
(ପ୍ରାକୃତିକ କୃଷି ବିଶେଷଜ୍ଞ)