ରାୟଗଡା,୩।୬ (Rabindra patakhandal)ଗ୍ରୀନଜୋନକୁ ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟି ଓରେଞ୍ଜ ଜୋନକୁ ଆସିଲା ରାୟଗଡ଼ା। ରାଜ୍ୟର ୨୯ଟି ଜିଲ୍ଲା ପରେ ୩୦ତମ ଜିଲ୍ଲା ରୂପେ ରାୟଗଡାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଜିଲ୍ଲାର କୌଣସି ଆଭ୍ୟନ୍ତରୀଣ ଗାଁ ନୁହେଁ ଜିଲ୍ଲା ସଦର ମହକୁମା ଅର୍ଥାତ ଜୟଗୁରୁ ମନ୍ଦିର ପଛପଟେ ଥିବା ଗାଁ ଅଡୁଗୁଡା ସେଠାରେ ୩ଦିନ ରହିବାପରେ ରାୟଗଡା ସହରର ପୌରପରିଷଦ ନିକଟସ୍ଥ ଆର କେ ନଗର ଠାରେ ଭଡ଼ା ଘରେ ୩ ଦିନ ରହିଛନ୍ତି ସେ ଯୁବତୀ ତେଣୁ ଏହି ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।
ଏହି ଭୂତାଣୁ ଜଣେ ଝିଅଙ୍କ ଠାରେ ଚିହ୍ନଟ ହୋଇଥିବା ସ୍ବାବ ପରୀକ୍ଷା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ବଷ୍ଟ କରିବା ପରେ ଜିଲ୍ଲାପାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଯୁବତୀ ଦିଲ୍ଲୀରୁ ଗତ ୨୫ତାରିଖରେ ଏକ ବଲେରୋ ଯୋଗେ ରାୟଗଡା ଆସି ଥିଲେ। ତାଙ୍କଠାରେ ଥଣ୍ଡା ଲକ୍ଷଣ ଦେଖାଦେବା ପରେ ୨୮ତାରିଖରେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲାରେ ଜନତା କରଫ୍ୟୁ ଠାରୁ ଆରମ୍ଭକରି ଲକଡାଉନକୁ ଲୋକେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ପାଳନ କରିଆସୁଥିଲେ। ୫ପ୍ରତିଶତ ଅମାନିଆ ଥିଲେ କିନ୍ତୁ ରାୟଗଡା ଜିଲ୍ଲା ଲକଡାଉନର ୭୦ଦିନ ପର୍ଯ୍ୟନ୍ତ ଗ୍ରୀନଜୋନ ରୂପେ ଓଡିଶାରେ ସ୍ଥାନ ପାଇଥିଲା।
ଓଡ଼ିଶାର ଗଞ୍ଜାମ ପଶ୍ଚିମ ଓଡିଶା ପରେ ସବୁଠାରୁ ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ମୂଖ୍ୟତଃ ଦକ୍ଷିଣ ଭାରତ ସମେତ ଦିଲ୍ଲୀ ଭଳି ଉତ୍ତର ଭାରତକୁ ବହୁ ମହିଳା ଓ ପୁରୁଷ ମାନେ ଯାଇଥାନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ୯ହଜାର ପ୍ରବାସୀ ବିଭିନ୍ନ ମାଧ୍ୟମରେ ରାୟଗଡା ଫେରିଥିବା ବେଳେ ଏତେ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ଚିହ୍ନଟ ହୋଇନଥିଲା। ଏହାକୁ ନେଇ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଚିନ୍ତିତ ଥିଲେ। ଆଉ ଗୋଷ୍ଟି ସଙ୍କ୍ରମଣକୁ ନେଇ ଲୋକେ ଆଶଙ୍କା ଭିତରେ ଦିନ କାଟୁଥିଲେ। ପ୍ରବାସୀଙ୍କ ପାଇଁ ୩୨୧ଟି ସଙ୍ଗରୋଧ କେନ୍ଦ୍ର ଜିଲ୍ଲାରେ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୬୫ କେନ୍ଦ୍ରରେ ୭୧୧୨ ପ୍ରବାସୀ ରଖାଯାଇଥିବା ବେଳେ ଚିକିତ୍ସା ପରେ ୪୪୫୨ ଜଣଙ୍କୁ ଘରକୁ ଛାଡିଦିଆଯାଇଛି। ପୌରପରିଷଦରେ ୫୪୦ ସହ ଅନ୍ୟାନ୍ୟ ସଙ୍ଗରୋଧ କେନ୍ଦ୍ରରେ ୨୬୬୦ ଜଣ ବର୍ତ୍ତମାନ ରହିଥିବା ସୂଚନା ମିଳିଛି । କରୋନା ଚିହ୍ନଟ ହୋଇଥିବା ଯୁବତୀଙ୍କୁ ଜୟପୁର ସ୍ଥିତ କୋଭିଡ ଚିକିତ୍ସାଳୟକୁ ପଠାଯାଇଛି। ତାଙ୍କ ସହ ଯେଉଁ ଯେଉଁ ଲୋକ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ହୋମ କ୍ବାରାନାଇନରେ ରଖାଯିବ। ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।