ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ନିର୍ମାଣାଧିନ ଏକ ନୂତନ କୋଠାରେ କାର୍ଯ୍ୟରତ ଏକ ଘରୋଇ ଠିକା ସଂସ୍ଥାର ସୁପରଭାଇଜର ଙ୍କ ସନେ୍ଦହ ଜନକ ମୃତ୍ୟୁ ହୋଇଛି । ମୃତ ସୁପରଭାଇଜର ରାଜୁ ଦାସ ଏବଂ ସେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ସହକର୍ମୀ ମାନଙ୍କ କହିବା ଅନୁଯାୟୀ ସକାଳୁ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ।
ଦେହ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଲଲହଡା ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।