Odisha news

ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଗୁଳ ଜିଲ୍ଲାରୁ ୫୨ଜଣ ଲୋକ ଙ୍କୁ ନିଜ ଜିଲ୍ଲାକୁ ପଠାଗଲା

0

ଅନୁଗୁଳ: ବାହାର ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରେ ଥିବା ଲୋକ  ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଜିଲ୍ଲାକୁ ପଠାଯିବାର ପ୍ରକି୍ରୟା ଚାଲୁ ରହିଛି । ବୁଧବାର ପ୍ରଶାସନର ସହାୟତାରେ ବସ୍ ଏବଂ ୱିଙ୍ଗର ସାହାଯ୍ୟରେ କଳାହାଣ୍ଡି ଜିଲ୍ଲାର ୧୪ଜଣ, ନୂଆପଡାର ୧୩ ଜଣ ଏବଂ ବଲାଙ୍ଗୀରର ୨୫ ଜଣ ଲୋକଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଛି ।

ନିଜେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ କୋଭିଡ-୧୯ର ନୋଡାଲ ଅଫିସର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଲୋକ ମାନଙ୍କୁ  ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ପଠାଯାଇଛି । ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ବସ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଲୋକ ମାନଙ୍କୁ ସିଟ୍ରେ ବସାଯିବା ସହ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି ।

ତେବେ ଅନୁଗୁଳ ଜିଲ୍ଲାରେ ଥିବା ନୂଆପଡାର ଲୋକ ମାନେ ବଅଁରପାଳ ବିଡିଓଙ୍କ ଠାରୁ ଲିଖିତ ଚିଠି ଆଣିଥିବା ବେଳେ କଳାହାଣ୍ଡି ଓ ବଲାଙ୍ଗୀର ଲୋକ ମାନେ ସେମାନଙ୍କ ଜିଲ୍ଲାକୁ ସେମାନଙ୍କୁ ପଠାଇ ଦେବାପାଇଁ ଲିଖିତ ଭାବେ ଅନୁରୋଧ କରିଥିବାରୁ ବୁଧବାର ସେମାନଙ୍କୁ ତାଙ୍କ ନିଜ ଜିଲ୍ଲାକୁ ପଠାଇଦିଆଯିବା ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply