ବନ୍ତଳା: ସାରା ବିଶ୍ୱ ଏବେ କରୋନା ମହାମାରୀ ର କବ୍ଜାରେ କବଳିତ ହୋଇଥିବା ବେଳେ ଗରିବ ନିରାଶ୍ରୟ,ମଧ୍ୟବିତ ପରିବାର ଉପରେ ଏହାର ମାଡ ଜୀବନ ଜୀବିକା ଉପରେ ପଡିଛି । ସାରା ଦେଶରେ ଆର୍ଥିକ ମେରୁଦଣ୍ଡ କୁ ଦୋହଲାଇ ଦେଇଛି । କିଏ ଦିନ ମଜୁରୀ କରି ପରିବାର ପୋଷଣ କରୁଥିବା ବେଳେ କିଏ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିଲେ । କିନ୍ତୁ କରୋନା ମହାମାରୀ ର ପ୍ରଭାବ ରେ ରୋଜଗାର ହରାଇ ଗ୍ରାମାଭିମୁଖୀ ହେଉଥିବା ଦେଖା ଯାଉଛି ।
ଅନ୍ୟ ପଟରେ ଲକ୍ ଡାଉନ୍ ପ୍ରଭାବରେ ଅନେକ କାରିଗର ହାତ ବାନ୍ଧି ବସିଛନ୍ତି । ଅନୁଗୁଳ ବ୍ଲକ ଗଡତରାସ ଗ୍ରାମରେ ପ୍ରାୟ ୪୦ଟି ପରିବାର ବାଉଁଶରେ ତିଆରି ଜିନିଷ ପତ୍ର ବିକ୍ରି କରି ପରିବାର ଚଳାଉଥିବା ବେଳେ ଏବେ କିନ୍ତୁ ହତାଶ ହୋଇ ବସିଛନ୍ତି । ଆଗରୁ ଜଙ୍ଗଲ ଥିଲା ବାଉଁଶ କାଟି ଆଣି ଜିନିଷ ତିଆରି ହେଉଥିଲା । କିନ୍ତୁ ଏବେ ଜଙ୍ଗଲ ନଷ୍ଟ ହେବା ଫଳରେ ଘରୋଇ ଲୋକଙ୍କ ବାଡିରୁ ୨୫/୩୦ ଟଙ୍କାରେ ବାଉଁଶ କ୍ରୟ କରି ବୁଝ,ଡଲା, ଟୋକେଇ, ବିଂଛଣା, ଲିଆ କେଳା, ଝୁଡି, ଝାଡୁ, ଗାଣ୍ଡୁଆ ଆଦି ତିଆରି କରି ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ନିକଟରେ ଥିବା ଶନିବାର ହାଟ ଓ ବୁଧବାର ହାଟକୁ ବିକ୍ରି କରିବା ପାଇଁ ଯାଆନ୍ତି ।
ଏବେ କିନ୍ତୁ ଜିନିଷ ତିଆରି ହୋଇଛି ବିକ୍ରି ହୋଇ ପାରୁନାହିଁ । ଲକ୍ ଡାଉନ୍ ଫଳରେ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ କୋ÷ଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମ, ବିବାହ, ବ୍ରତ ଘରକୁ ବନ୍ଦ କରି ଦିଆଯାଇଛି । ବର୍ଷକୁ ୬ ମାସ ବାଉଁଶ ତିଆରି କରିଥିବା ଜିନିଷ ବିକ୍ରି ହୋଇ ପାରୁନାହିଁ । ଫଳରେ ପରିବାର ଚଳାଇôଶ ଖଷ୍ଟକର ହୋଇପଡିଛି ବୋଲି ସାହି ମୁଖିଆ ନାକପୁଡି ଗୋଚ୍ଛାୟତ କହିଛନ୍ତି ।
ସରକାର ଦେଉଥିବା ଚାଉଳ ଓ ୧୦୦୦ ଟଙ୍କା ଏବେ ସାହା ଭରସା ବୋଲି ଗାଁର ମଜୁଂଲତା ଗୋଚ୍ଛାୟତ ଦୁଃଖର ସହକାରେ ଜଣାଇଛନ୍ତି । ଏଭଳି ପରିସ୍ଥିତିରେ ଯଦି ସରକାର ବାଉଁଶ କାରିଗର ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଗ୍ରାମର ବାଉଁଶ କାରିଗର ପଳଉ ଗୋଚ୍ଛାୟତ, ଶ୍ୟାମଘନ ଗୋଚ୍ଛାୟତ, ତଇଳ ଗୋଚ୍ଛାୟତ, ଲୋଚନ ଗୋଚ୍ଛାୟତ, ମାଳତୀ ଗୋଚ୍ଛାୟତ ନିବଦେନ କରିଛନ୍ତି ।