ତାଳଚେର:-ତାଳଚେର ବିଧାୟକଙ୍କ ହସ୍ତକ୍ଷେପ ଫଳରେ ହେଁସମୂଳ ପଂଚାୟତର ନୂଆ ଜିଲିଣ୍ଡା ନିକଟସ୍ଥ କଦଳୀପାଳ ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ବିଦୁ୍ୟତ୍ ସଂଯୋଗୀକରଣ କରାଯାଇଅଛି । ତାଳଚେର ବିଦୁ୍ୟତ୍ ବିଭାଗ ସେସୁ ପକ୍ଷରୁ ଗତ କିଛି ଦିନ ହେଲା କେବୁଲ୍ ଦ୍ୱାରା ବିଦୁ୍ୟତ୍ ସଂଯୋଗୀକରଣ କାରାଯାଇଥିଲା ।
ସୂଚନାଯୋଗ୍ୟ, ଗ୍ରାମରେ ଦୀର୍ଘ ଦିନ ହେଲା ବିଦୁ୍ୟତ୍ ସରବରାହ ଥିଲେ ମଧ୍ୟ ପୁରୁଣା ଟ୍ରନ୍ସଫର୍ମର ରେ ଲୋଡ୍ ଅତ୍ୟଧିକ ହେତୁ ଲୋ-ଭୋଲ୍ଟେଜ୍, ବାରମ୍ବାର ଫୁ୍ୟଜ୍ ଯିବା ଯୋଗୁଁ ବିଦୁ୍ୟତ୍ ସରବରାହ ବନ୍ଦ ରହୁଥିଲା । ଯାହାକି ଅଧିକାଂଶ ସମୟରେ ଗ୍ରାମରେ ବିଜୁଳି ରହୁ ନଥିଲା । ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଗ୍ରାମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଏହା ବ୍ୟତୀତ ବିଦୁ୍ୟତ୍ ନରହିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢ଼ିବାରେ ଘୋର ଅସୁବିଧା ହେଉଥିଲା ।
ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ଆଜି ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ବିଦୁ୍ୟତ୍ ସଂଯୋଗୀକରଣ କରାଯାଇଛି । ଯୁବ ସମାଜସେବୀ ସୁଲେଖ ସେଠୀଙ୍କ ନେତୃତ୍ୱରେ ଗ୍ରାମର ସଂଜୟ କୁମାର ଜାଲ, ଦୀପକ ବିଶ୍ୱାଳ ଏବଂ ଗ୍ରାମବାସୀ ଓ ବିଦୁ୍ୟତ୍ କର୍ମଚାରୀଙ୍କ ସହଯୋଗରେ ବିଦୁ୍ୟତ୍ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ସେସୁ ଏସ୍.ଡି.ଓ ମନୋଜ କୁମାର ପାଣିଙ୍କୁ ଗ୍ରାମବାସୀମାନେ ଶୁଭେଚ୍ଛା ଜଣାଇଛନ୍ତି ।