ଗ୍ରୀଷ୍ମ ଋତୁରେ ବୁଟ ଛତୁଆ ଶରୀର ପାଇଁ ରାମବାଣ : ରକ୍ତ ଶର୍କରା କୁ ନିୟନ୍ତ୍ରିତ କରିବା ସହିତ କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରିତ କରିଥାଏ
ଗ୍ରୀଷ୍ମ ଋତୁ ଆସିବା ମାତ୍ରକେ ବୁଟ ଛତୁଆ ର ଚାହିଦା ଖୁବ ବଢି ଯାଇଥାଏ l ଏହା ପିଇବା କୁ ଯେତିକି ସ୍ୱାଦିଷ୍ଟ ଲାଗିଥାଏ ଶରୀର ପକ୍ଷରେ ମଧ୍ୟ ସେତିକି ହିତକର ହୋଇଥାଏ l ଗ୍ରୀଷ୍ମ ଋତୁରେ ବୁଟ ଛତୁଆ ପିଇବା ଦ୍ୱାରା ଶରୀରର ଡିହାଇଡ୍ରେସନ ସମସ୍ୟା ଦୁରେଇ ଯାଇଥାଏ l ଗରମ ଦିନରେ ବୁଟ ଛତୁଆ ପିଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ l ବୁଟ ଛତୁଆ ରେ ଅନେକ ପ୍ରକାର ପୋଷାକ ତତ୍ୱ ରହିଥାଏ, ଯେପରିକି ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ ଓ ଆଇରନ ଇତ୍ୟାଦି l ଗରମ ଦିନରେ ବୁଟ ଛତୁଆ ପିଇବା ଦ୍ୱାରା ପାଚନ ତନ୍ତ୍ର ଠିକ ରହିଥାଏ l ଏବଂ ଶରୀର କୁ ଏନର୍ଜି ମିଳିଥାଏ l
* ଯଦି ଆପଣ ଗରମ ଦିନରେ ଓଜନ ହ୍ରାସ କରିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ନିଜ ଡାଏଟ ରେ ବୁଟ ଛତୁଆ ନିହାତି ସାମିଲ କରନ୍ତୁ l ବୁଟ ଛତୁଆ ସେବନ କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ l ଏବଂ ଆମେ ଅତିରିକ୍ତ ଭୋଜନ କରିବାରୁ ରକ୍ଷା ପାଇଥାଉ ଏବଂ ଓଜନ ବୃଦ୍ଧି ହୋଇ ନଥାଏ l
* ଗରମ ଦିନରେ ବୁଟ ଛତୁଆ କୁ ପାଣି ରେ ଗୋଳାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଏଥିରେ ଥିବା ଫାଇବର ପେଟ ର ଗ୍ୟାସ, ଏସିଡ଼ିଟି ସମସ୍ୟା କୁ ଠିକ କରିଥାଏ l ଏବଂ ପେଟ ମଧ୍ୟ ସଫା ରହିଥାଏ l ପେଟ ସମ୍ବନ୍ଧିତ ସମସ୍ତ ରୋଗ ରୁ ମୁକ୍ତି ମିଳିଥାଏ l
* ଯଦି ଆପଣ ମଧୁମେହ ସମସ୍ୟାରେ ପୀଡିତ ତେବେ ନିଜ ଡାଏଟ ରେ ବୁଟ ଛତୁଆ କୁ ସାମିଲ କରନ୍ତୁ l ବୁଟ ଛତୁଆ ମଧୁମେହ ରୋଗୀ ଙ୍କ ପାଇଁ ରାମବାଣ ସଦୃଶ l ମଧୁମେହ ରୋଗୀ ନିୟମିତ ସେବନ କରିବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ହୋଇଥାଏ l
* ଯଦି ଆପଣ ଖାଦ୍ୟ ଖାଇବାକୁ ଇଚ୍ଛା କରୁ ନାହାନ୍ତି ଏବଂ ଭୋକ ଲାଗୁନାହିଁ ତେବେ ନିୟମିତ ବୁଟ ଛତୁଆ ସେବନ କରିବା ଦ୍ୱାରା ଭୋକ ବଢିଥାଏ ଏବଂ ଅରୁଚି ଲାଗିବା ଦୂର ହୋଇଥାଏ l
* ଗରମ ଦିନରେ ବୁଟ ଛତୁଆ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ରୋଗୀ ମାନେ ଆରାମ ପାଇ ଥାଆନ୍ତି, ଏଥିରେ ଥିବା ପୋଷାକ ତତ୍ୱ କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରଣ କରିଥାଏ l ବୁଟ ଛତୁଆ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l ଉଚ୍ଚ କୋଲେଷ୍ଟ୍ରଲ ରୋଗୀ ମାନେ ନିୟମିତ ବୁଟ ଛତୁଆ ସେବନ କରନ୍ତୁ l