Odisha news

ରାଜ୍ୟର ୯ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ   : ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା

0

ଭୁବନେଶ୍ବର: କଂଗ୍ରେସ ଆଜି ରାଜ୍ୟର ୯ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ବାରା ଅନୁମୋଦିତ ହେଲା ପରେ ବାଲେଶ୍ୱରରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ମିଳିଛି। ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ ଲଢ଼ିବେ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ କେ ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ କଂଗ୍ରେସ ଏପର୍ଯ୍ୟନ୍ତ କଟକ, ସମ୍ବଲପୁର, ଆସିକା ଓ ମୟୂରଭଂଜରେ ପ୍ରାର୍ଥୀ ସ୍ପଷ୍ଟ କରିନାହିଁ।

ଏଆଇସିସି ସାଧାରଣ ସଂପାଦକ କହିଛନ୍ତି, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରଥମ ଦଫାରେ ୮ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଦେଇଥିଲା। ବରଗଡ଼ରେ ସଂଜୟ ଭୋଇ, ବଲାଙ୍ଗୀରରେ ମନୋଜ ମିଶ୍ର, କଳାହାଣ୍ଡିରେ ଦ୍ରୌପଦୀ ମାଝୀ, ନବରଂଗପୁରରେ ଭୁଜବଳ ମାଝୀ, କୋରାପୁଟରେ ସପ୍ତଗିରି ଉଲାକା, କନ୍ଧମାଳରେ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରେ ରଶ୍ମିରଂଜନ ପଟ୍ଟନାୟକ ଓ ସୁନ୍ଦରଗଡ଼ରେ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ହୋଇଛନ୍ତି।

Nalco
Leave A Reply