Odisha news

ବୈଶାଖ ମାସରେ ଦାନ ଧର୍ମ କରିବାର କଣ ରହିଛି ମହତ୍ୱ ଓ ଦାନ କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ ଐଶ୍ୱର୍ଯ୍ୟ

0

ହିନ୍ଦୁ ଧର୍ମରେ ବୈଶାଖ ମାସର ଖୁବ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ବୈଶାଖ ମାସରେ ବିଧିବିଧାନ ଦ୍ୱାରା ଯଦି ବିଷ୍ନୁ ଙ୍କୁ ପୂଜାର୍ଚନା କରାଯାଇଥାଏ ତେବେ ଭକ୍ତଙ୍କ ର ସମସ୍ତ କଷ୍ଟ ଦୂର ହୋଇଥାଏ l ଏହି ମାସ ସାରା ବିଷ୍ନୁ ପୂଜନ ର ମହତ୍ୱ ରହିଛି l କାରଣ ବୈଶାଖ ମାସକୁ ମାଧବମାସ ମଧ୍ୟ କୁହାଯାଏ l ଶାସ୍ତ୍ର ଅନୁସାରେ ଏହି ମାସରେ ଦାନ ଧର୍ମର ମଧ୍ୟ ଖୁବ ମହତ୍ୱ ରହିଛି l

ତେବେ ଆସନ୍ତୁ ଜାଣିବା ବୈଶାଖ ମାସରେ କେଉଁ ଜିନିଷ ଦାନ କରିବା ଦ୍ୱାରା କଣ ଲାଭ ହୋଇଥାଏ l

* ଶାସ୍ତ୍ର ଅନୁସାରେ ବୈଶାଖ ମାସରେ ଯେ କୌଣସି ତୃଷାର୍ତ୍ତ କୁ ଜଳ ଦାନ କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ତେଣୁ ଆପଣ ରାସ୍ତାର ଜୀବଜନ୍ତୁ ଙ୍କୁ ମଧ୍ୟ ଜଳ ପିଆଇ ପାରିବେ l

* ବୈଶାଖ ମାସରେ ଅନ୍ନ ଦାନ ର ମଧ୍ୟ ଖୁବ ମହତ୍ୱ ରହିଛି l ଯଦି ଆପଣ ଯେ କୌଣସି ଭୋକିଲା ମଣିଷ କିମ୍ବା ଜୀବଜନ୍ତୁ ଙ୍କୁ ଭୋଜନ କରାଇବେ ତେବେ ଆପଣଙ୍କର ୭ ଜନ୍ମର ପୁଣ୍ୟ ଅର୍ଜନ କରିବେ ଓ ଆପଣଙ୍କ ଗୃହ ଧନଧାନ୍ୟ ରେ ପୁରୀ ଉଠିବ l

* ବୈଶାଖ ମାସରେ ଗଛ ଲଗାଇବା ମଧ୍ୟ ଖୁବ ଶୁଭ ଅଟେ l ବିଶେଷ ଭାବରେ ଏହି ମାସରେ ନିଜ ଘର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l ତା ସହିତ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l

* ବୈଶାଖ ମାସ ଗୋଟିଏ ପୁଣ୍ୟର ମାସ ହୋଇଥିବା କାରଣରୁ ଜପ ତପ ହବନ ଇତ୍ୟାଦି କରାଯିବାର ଅନେକ ମହତ୍ୱ ରହିଛି l ଏହି ମାସସାରା ବିଷ୍ନୁ ପୂଜନ ଖୁବ ଶୁଭ ଦାୟକ ହୋଇଥିବା କାରଣରୁ ମାସଟି ଗୋଟିଏ ଧାର୍ମିକ ମାସ ଭାବରେ ଗଣନା କରାଯାଇଥାଏ l

* ବୈଶାଖ ମାସରେ ବିଷ୍ନୁ ଓ ଲକ୍ଷ୍ମୀଙ୍କ ନିକଟରେ ବସ୍ତ୍ର ଓ ନଡ଼ିଆ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l ପତ୍ନୀ ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବୈଶାଖ ବ୍ରତ ପାଳନ କରନ୍ତି l

* ଯଶ ଓ ଆୟୁ ବୃଦ୍ଧି ପାଇଁ ଏହିମାସ ରେ ବିଷ୍ନୁ ଙ୍କ ନିକଟରେ ବିଷ୍ନୁ ସହସ୍ର ନାମ ପ୍ରତିଦିନ ପାଠ କରିବା ଆବଶ୍ୟକ l

Leave A Reply