ଗ୍ରୀଷ୍ମଋତୁ ଆରମ୍ଭ ହୋଇଗଲା, ଋତୁ ପରିବର୍ତନ ସହିତ ଖାଦ୍ୟପେୟ ରେ ମଧ୍ୟ ପରିବର୍ତନ ଆସିଯାଇ ଥାଏ l ଗ୍ରୀଷ୍ମଋତୁ ଆସିବା ମାତ୍ରକେ ଥଣ୍ଡା ଓ ରସ ଯୁକ୍ତ ଜିନିଷ ସେବନ କରିବାକୁ ଇଛା ଜାଗ୍ରତ ହୋଇଥାଏ l ଯାହାଦ୍ୱାରା ଶରୀରକୁ ଆରାମ ମିଳିଥାଏ l ଏପରି ସ୍ଥିତି ଆଖୁରସ ଖୁବ ହିତକର l କ୍ୟାଲସିୟମ, ପୋଟାସିୟମ, ଵୈରଂ, ମଗ୍ନେଶୀୟମ ଓ ଫସଫରସ ଭଳି ପୋଷାକ ତତ୍ୱ ଆଖୁର ଭରପୁର ହୋଇ ରହିଥାଏ l ଆଖୁରସ ଦ୍ୱାରା ଶରୀର କୁ ଇନ୍ସଟାଣ୍ଟ ଏନର୍ଜି ମିଳିଥାଏ ଓ ଥକାପଣ ଦୂର ହୋଇଥାଏ l ଯଦି ଗ୍ରୀଷ୍ମଋତୁ ରେ ନିୟମିତ ଆଖୁରସ ସେବନ କରିବେ ତେବେ ଅନେକ ପ୍ରକାର ଶାରୀରିକ ସମସ୍ୟା ରୁ ମୁକ୍ତି ମିଳିବ l
* ଆଖୁରସ ଲିଭର ପାଇଁ ଖୁବ ହିତକର l ଏହା ଲିଭର କୁ ଡିଟକ୍ସିଫାଏ କରିଥାଏ l ଆଖୁରସ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଲିଭର ରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ବାହ୍ୟ ସଂକ୍ରମଣ ରୁ ରକ୍ଷା କରିଥାଏ l ଜଣ୍ଡିସ ଭଳି ଭୟଙ୍କର ରୋଗ ପାଇଁ ଆଖୁରସ ଖୁବ ହିତକର l
* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆଖୁରସ ରେ କିଛିଟା ଏଭଳି ତତ୍ୱ ରହିଥାଏ ଯାହା ଶରୀର କୁ କ୍ୟାନ୍ସର ଠାରୁ ଦୁରେଇ ରଖିଥାଏ l ପ୍ରୋଷ୍ଟେଟ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ପାଇଁ ଆଖୁରସ ଖୁବ ହିତକର l
* ଅନେକ ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତି ନିୟମିତ ଗୋଟିଏ ଗ୍ଲାସ ଆଖୁରସ ସେବନ କରିବ ତେବେ ଅଷ୍ଟୀୟୋପୋରସିସ ଭଳି ସମସ୍ୟା ଦୂର ହେବ l ଏଥିରେ ଥିବା କ୍ୟାଲସିୟମ, ମଗ୍ନେଶୀୟମ, ଫସଫରସ, ଆଇରନ ଓ ପୋଟାସିୟମ ଭଳି ତତ୍ୱ ହାଡ଼କୁ ମଜବୁତ କରିଥାଏ l
* ମହିଳା ମାନଙ୍କ ନିକଟରେ ଖୁବ ଶୀଘ୍ର ୟୁରିନ ଇନଫେକ୍ସନ ଦେଖିବାକୁ ମିଳିଥାଏ l ଏପରି ସ୍ଥିତି ରେ ଯଦି ଆପଣ ନିୟମିତ ଆଖୁରସ ସେବନ କରିବେ ତେବେ ଅନେକ ଲାଭ ମିଳିବ l ଆଖୁରସ ଶରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ ଓ ୟୁଟିଆଇ ଇନଫେକ୍ସନ ବିପଦ ଦୂର ହୋଇଥାଏ l
* ଆଖୁରସ ଗ୍ରୀଷ୍ମଋତୁ ରେ ଶରୀର ଜଳୀୟ ଅଂଶ କୁ ଠିକ ରଖିଥାଏ l
* ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ଆଖୁରସ ଖୁବ ହିତକର , ଏହା ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ l
* ଆଖୁରସ ତ୍ୱଚା ରେ ଚମକ ଆଣିଥାଏ ଓ ଆଣ୍ଟିଏଜିଙ୍ଗ ସମସ୍ୟା ଦୂର କରିଥାଏ l
* ଗ୍ରୀଷ୍ମଋତୁରେ ନିୟମିତ ଆଖୁରସ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ l