ନିରାକାରପୁର,୧୬/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନର୍ଗତ ପାଣ୍ଡବ ପାଟଣା ଗ୍ରାମର ବାଇଧର ପ୍ରଧାନଙ୍କ ଫଳନ୍ତି ନଡିଆ ଗଛରେ ବିଳମ୍ବିତ ରାତିରେ ୧୧କଭି ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ।ଟାଗିଂ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ପକାଇ ନିଆଁକୁ ଆୟତ୍ତ କରିଛି।ବହୁ ପୂର୍ବରୁ ଅନେକ ଧର ଏଭଳି ନିଆଁ ଲାଗିଥିଲା ବେଳେ ବାଇଧର ପ୍ରଧାନଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ପାଖରେ ଅଭିଯୋଗ କରିଛନ୍ତି ହେଲେ ବିଦ୍ୟୁତ ବିଭାଗ ଶୁଣିନାହିଁ।ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନଡିଆ ଗଛରେ ନିଆଁ ଲାଗି ପୋଡି ଯାଇଥିବା ଅଭିଯୋଗ ହେଉଛି।