Odisha news

କାଜୁ ତୋଳାକୁ କେନ୍ଦ୍ରକରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

0

ନିରାକାରପୁର,୧୬/୪:-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ପଂଚାୟତ ଗୁଣ୍ଠୁଣୀ ଗ୍ରାମରେ କାଜୁ ତୋଳାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ଦେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ଖୋଲାରେ ବୁଲୁଛନ୍ତି। ଏହାକୁ ନେଇ ଗୁଣ୍ଠୁଣୀ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ମହିଳା ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ସୁଚନା ରୁ ଜଣାପଡିଛି ଗୁଣ୍ଠୁଣୀ ଗ୍ରାମର ଭାଗ୍ୟଶ୍ରୀ ଜେନା ତାଙ୍କ ପଡୋଶୀ  ମଧ୍ୟରେ ବହୁ ଦିନରୁ ଶତ୍ରୁତା ଲାଗିରହିଥିଲା । ସାମାନ୍ୟ କାଜୁ ତୋଳାକୁ କେନ୍ଦ୍ର କରି ଭାଗ୍ୟଶ୍ରୀ ଙ୍କୁ ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଭାଗ୍ୟଶ୍ରୀ ଚିକିତ୍ସିତ ହୋଇ ଲିଖିତ ଅଭିଯୋଗ ଦେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ଖୋଲାରେ ବୁଲୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରାଯାଇଛି

Leave A Reply