Odisha news

ଗଛରେ ପିଟିହେଲା ବାଇକ, ଚାଳକ ମୃତ

0
ଜଗନ୍ନାଥ ପ୍ରସାଦ :16/04 : ଗଛରେ ପିଟିହେଲା ବାଇକ ଘଟଣା ସ୍ଥଳରେ ଚାଳକ ମୃତ ।  ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ  କୁଶାପଲି ଇସ୍କନ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା l ଗଣ୍ଡାଧରରେ ହନୁମାନ ଜୟନ୍ତୀ ଉପଲକ୍ଷେ ହେଉଥିବା ଯାତ୍ରାକୁ ଦେଖି ବିଳମ୍ବିତ ରାତ୍ରି ରେ ନିଜ ଘର ପଞ୍ଚୁଭୁତିକୁ ବାଇକ ଯୋଗେ ଫେରୁଥିବା ବେଳେ ଭାରସ୍ୟମ ହରାଇ ରାସ୍ତା ପାର୍ଶ୍ଵରେ ଥିବା କାକପୋଇ ଗଛରେ ପିଟି ହୋଇଥିଲା ବାଇକ । ଫଳରେ ଘଟଣା ସ୍ଥଳରେ ଚାଳକ ମୃତ୍ୟ ହୋଇଥିବା ସୂଚନା ମିଳିଛି l
ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ପୋଲିସ ଓ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ପହଁଚି ମୃତକଙ୍କୁ ଉଦ୍ଧାର କରି ପ୍ରଥମେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ 108 ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଡାକ୍ତର ଦାସ କିରଣ କୁମାର ମୃତ ଘୋଷଣା କରିଥିଲେ l ଜଗନ୍ନାଥ ପ୍ରସାଦ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ରହିଛି l ମୃତକ ଶ୍ୟାମଘନ ନାଇକ ବୟସ 25 ପିତା ମୋଚି ରାମ ନାଇକ ଘର ପଞ୍ଚୁଭୁତି ବୋଲି ଜଣା ପଡ଼ିଛି l ଘଟଣା ସ୍ଥଳରୁ ବାଇକ ଜବତ କରିବା ସହ ରାସ୍ତା ଦୁର୍ଘଟଣା ମାମଲା କେସ ନମ୍ବର 239/23 ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରି ଅଧିକାରୀ ଏସ.ଆଇ ବାବୁଲାଲ ରାଉଳ ସୂଚନା ଦେଇଛନ୍ତି l

Leave A Reply